ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଜମ୍ମୁ କଶ୍ମୀର ବିଚ୍ଛିନ୍ନତାବାଦୀ ନେତା ୟାସିନ ମଲିକଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଦିଲ୍ଲୀ ପଟିଆଲା ହାଉସ କୋର୍ଟ। ଏହାସହ ତାଙ୍କୁ ୧୦ ଲକ୍ଷ ଟଙ୍କା ଜୋରିମନା ମଧ୍ୟ କରାଯାଇଛି। ଏହି ନିଷ୍ପତ୍ତି ସମୟରେ ୟାସିନ କୋର୍ଟରେ ଉପସ୍ଥିତ ଥିଲେ। ୟାସିନଙ୍କ ନିଷ୍ପତ୍ତିକୁ ଦୃଷ୍ଟିରେ ରଖି କୋର୍ଟରେ ଭାରି ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ଜଜ ପ୍ରବୀଣ ସିଂ ମେ ୧୯ରେ ୟାସିନଙ୍କୁ ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ) ଅଧୀନରେ ଦୋଷୀ ସାବ୍ୟସ୍ତ କରିଥିଲେ। ତେବେ ଏହା ପୂର୍ବରୁ ୟାସିନ ମଲିକଙ୍କୁ ଫାଶୀ ଦିଆଯାଉ ବୋଲି କୋର୍ଟରେ ଦାବି କରିଥିଲା ନ୍ୟାଶନାଲ ଇନ୍‌ଭେଷ୍ଟିଗେସନ ଏଜେନ୍ସି(ଏନ୍‌ଆଇଏ)।

ସୂଚନାଯୋଗ୍ୟ,ୟାସିନ ମଲିକ ନିକଟରେ ୨୦୧୭ରେ କଶ୍ମୀର ଘାଟିରେ ଅଶାନ୍ତ ସୃଷ୍ଟି କରିବା ଏବଂ ଆତଙ୍କବାଦ ଓ ବିଚ୍ଛିନ୍ନତାବାଦୀ କାର୍ଯ୍ୟକଳାପ ସହ ଜଡିତ ଏକ ମାମଲାରେ ଦିଲ୍ଲୀ କୋର୍ଟରେ ହାଜର ହୋଇ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ସ୍ବୀକାର କରିଥିଲେ। ଆଜିର ଶୁଣାଣି ଆରମ୍ଭ ହେବା କ୍ଷଣି ଏନ୍‌ଆଇଏ ଦୋଷୀ ମଲିକଙ୍କୁ ପାଶୀ ଦଣ୍ଡ ଦେବାକୁ ଦାବି କରିଥିଲା। ଏନେଇ ୟାସିନ କହିଥିଲେ, ମୁଁ ଏହି ନିଷ୍ପତ୍ତି କୋର୍ଟଙ୍କ ଉପରେ ଛାଡ଼ିଦେବି, ମୁଁ କାହାକୁ ଅନୁରୋଧ କରିବି ନାହିଁ। ମୁଁ ଫାଶୀକୁ ଗ୍ରହଣ କରିବି। ଯଦି ଅନୁସନ୍ଧାନକାରୀ ସଂସ୍ଥା ପ୍ରମାଣ କରେ ଯେ ମୁଁ ଆତଙ୍କବାଦୀ କାର୍ଯ୍ୟକଳାପରେ ଜଡିତ ଅଛି, ତେବେ ମୁଁ ରାଜନୀତିରୁ ଅବସର ନେବି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: