ନେହେରୁଙ୍କୁ ନେଇ କାହିଁକି ଚିହିଁକି ଉଠୁଛନ୍ତି ମୋଦି?

ନେହେରୁଙ୍କୁ ନେଇ କାହିଁକି ଚିହିଁକି ଉଠୁଛନ୍ତି ମୋଦି?

ବିଜୟ ସାହୁ, ବୁଦ୍ଧିଜୀବୀ :- ଭାବୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ ଓ ତାଙ୍କର ଗୋଷ୍ଟି କାହିଁକି ନେହେରୁ ଙ୍କୁ ଏତେ ସମାଲୋଚନା କରିଛନ୍ତି । ସମାଲୋଚନା କହିଲେ ଭୁଲ ହେବ । କୁତ୍ସାରଟନା କରୁଛନ୍ତି । ସମାଲୋଚନା କରିବାରେ କିଛି ଅସୁବିଧା ନାହିଁ , ସମାଲୋଚନା ହିଁ ଗଣତନ୍ତ୍ର କୁ ଗତିଶୀଳ କରି ଥାଏ ବୋଲି ଗଣତନ୍ତ୍ର ର ଏନ୍ତୁଡ଼ି ଶାଳ ରୁ ଆମେ ପଲିଟକାଲ ସାଇନ୍ସ ରେ ପଢିଛୁ (କେବଳ ସ୍କୁଲ କଲେଜର ପାଠ୍ୟକ୍ରମ ପଲିଟିକାଲ ସାଇନ୍ସ ନୁହେଁ ) ।


ଅନେକ ଶୁଣି ଥିବେ JS STEWART MILLS ନାଁ । ତାଙ୍କର ମତ ଥିଲା ଯଦି ପୂରା ଦୁନିଆ ଗୋଟିଏ ମତ ଦିଏ ଓ କେବଳ ଜଣେ ବ୍ୟକ୍ତି ଭିନ୍ନ ମତ ଦିଏ ତାହେଲେ ପୂରା ଦୁନିଆ ର କୌଣସି ଅଧିକାର ନାହିଁ ଜଣ କର ସେଇ ଭିନ୍ନ ମତକୁ ଚାପି ଦେବା । କାରଣ କେହି infallible ବା ଅଭ୍ରାନ୍ତ ନୁହଁ ।


ମୋଦୀ ଓ ତାଙ୍କର ୱାଟସଅପ ୟୁନିଭରସିଟି ପ୍ରଫେସର, ରିଡର ଓ ଅଧ୍ୟାପକ ମାନେ ଯଦି ଏଭଳି ଧାରଣା ରଖି ନେହେରୁ ଙ୍କୁ ସମାଲୋଚନା କରୁଥାନ୍ତେ କାହାର ଆପତ୍ତି ନାହିଁ । କିନ୍ତୁ ମୋଦୀ ଓ ତାଙ୍କ ବର୍ଗର ସମାଲୋଚନା ଅର୍ଥାତ କୁତ୍ସା ସେଇଥି ପାଇଁ ନୁହେଁ ।


ନେହେରୁ ମୃତ୍ୟୁ ବରଣ କରିବା ଆଜିକୁ 57 ବର୍ଷ ପୂରଣ ହେବା କୁ ଯାଉଛି ( ଆଉ 4 ଦିନ ବାକି ) ! ମୋଦୀ ବର୍ଗ ଓ ଅନ୍ୟ ଯେଉଁମାନେ ଆତ୍ମା ରେ ବିଶ୍ୱାସୀ ସେମାନେ ଜାଣନ୍ତି ନେହେରୁ ଙ୍କ ଶରୀର ଆଉ ନାହିଁ ଓ ଆତ୍ମା ଅନ୍ୟ କେଉଁ ଘଟ ରେ ପ୍ରବେଶ କରି ଯାଇଛି ( ଗୀତା ବାଣୀ ମଧ୍ୟ ଅନୁରୂପ ) !


ତାହେଲେ ମୋଦୀଙ୍କ ଏତେ କୋପ କାହିଁକି ।
ମୁଁ ସେଇ କଥା କିଛି କିଛି ଚୁମ୍ବକ ରେ କହୁଛି ।
ମୋଦୀ ବ୍ୟକ୍ତିତ୍ୱ ର ଦୁଇଟି ଦିଗ । ସିଏ ନିଜକୁ କୃଷ୍ଣ ଭୂମିକା ରେ ରଖି ଦେବାକୁ 24/7 ପ୍ରଚେଷ୍ଟା କରୁଛନ୍ତି ଓ ତାଙ୍କର ଭକ୍ତମାନେ ବେଲାଳ ସେନ । ଏଣୁ ମୋଦୀଙ୍କ ଚକ୍ର ଯାହାର ଶୀର ଛେଦନ କରିବା କଥା କରୁଛି ଓ ଯାହାକୁ ରକ୍ଷା କରିବା କଥା କରୁଛି । ବେଲାଳ ସେନ ବର୍ଗ ଏହି ପ୍ରଚାର କରୁଛନ୍ତି ।


କିନ୍ତୁ କାହିଁକି ?
ନେହେରୁ ଏଠାରେ ନିମିତ୍ତ ମାତ୍ର । ମୋଦୀ ନେହେରୁ ପରବର୍ତ୍ତୀ ସବୁ ପ୍ରଧାନମନ୍ତ୍ରୀ , ନେତା ଙ୍କୁ ଏହି ପ୍ରକ୍ରିୟା ରେ ନିଶ୍ଚିହ୍ନ କରିବା ପ୍ରକ୍ରିୟା ରେ ଅଛନ୍ତି । କାହିଁକି ? ସେ ଦର୍ଶାଇବା କୁ ଚାହୁଁଛନ୍ତି i am monarch of all i survey ,ଦେଖଇ ନେତ୍ର ଯାହା ଚଉ ଦିଗର ସେ ସବୁର ଅଟେ ମୁଁ ଅଧୀଶ୍ଵର !


ଆସୁଛି କିଛି ବିଷୟ ଉପରକୁ । ବାଜପେୟୀ ଓ ଆଡଭାନୀ ଙ୍କୁ ଆମେ ଭାବୁ ପରମ ମିତ୍ର । କିନ୍ତୁ ବାଜପେୟୀ ଯେତେବେଳେ ପ୍ରଧାନମନ୍ତ୍ରୀ ହେଇଗଲେ ଆଡଭାନୀ ଗୋଷ୍ଠୀ କହିବାକୁ ଗଲେ ସେତେବେଳେ ସଂଘର ପ୍ରଭାବ ଶାଳୀ ଗୋଷ୍ଟି ଏହାକୁ ନା ଗିଳି ପାରିଲେ ନା ଓକାଳି ପାରିଲେ । କିନ୍ତୁ ଏମାନେ ନିରୂପାୟ ଥିଲେ । କାରଣ ଯେଉଁ ସବୁ ଆଞ୍ଚଳିକ ଦଳ ବାଜପେୟୀଙ୍କୁ ସମର୍ଥନ କଲେ ଏପରି କି ଲୋହିୟାବାଦୀ ଫର୍ଣ୍ଣାଡିଜ ଓଗେର ସେମାନେ ଲାଲକୃଷ୍ଣ ଙ୍କୁ ସମର୍ଥନ କରିବା ପ୍ରଶ୍ନ ଉଠୁ ନଥିଲା । ଆଡଭାନୀ ଙ୍କ ରଥଯାତ୍ରା ଓ 1992 ବାବରୀ ମସଜିଦ ଭାଙ୍ଗିବା ପରେ ଦେଶର ସର୍ବାଧିକ ଘୃଣିତ ବ୍ୟକ୍ତି ଥିଲେ ଆଡଭାନୀ ।


ବାଜପେୟୀ ଏକଥା ହାଡ଼େ ହାଡ଼େ ଉପଲବ୍ଧି କରିଥିଲେ । ବିଶେଷ କରି ଦୀର୍ଘ ବର୍ଷର ସଂସଦୀୟ ଅଭିଜ୍ଞତା ରୁ ବାଜପେୟୀ ଉପଲବ୍ଧି କରିଥିଲେ ସଂଘର କଟର ପନ୍ଥୀ ଆଭିମୁଖ୍ୟ ନେଇ ସମଗ୍ର ଦେଶକୁ ଶାସନ କରିବା ସମ୍ଭବ ନୁହେଁ । ତେଣୁ ଯେତେବେଳେ ଆଡଭାନୀ ରଥଯାତ୍ରାର କଥା ଆଲୋଚନା କଲେ ତାଙ୍କୁ ବିଶେଷ ସହଯୋଗ ପ୍ରଥମେ ନଥିଲା । ତେଣୁ ଗୁଜରାଟ ରୁ ହିଁ ଆରମ୍ଭ କଲେ ଓ ସେତେବେଳେ ମୋଦୀ ଜଣେ ପ୍ରଚାରକ ଭାବେ ( ସଂଘ ର ଏହି ପଦବୀ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ପଦବୀ ) ପୂର୍ଣ ସମର୍ଥନ କଲେ ।


ଅନ୍ୟ ପକ୍ଷରେ ବାଜପେୟୀ ବିଶ୍ବହିନ୍ଦୁ ପରିଷଦ ର ରାମ ମନ୍ଦିର ଏଜେଣ୍ଡା କୁ ବିଶେଷ ସମର୍ଥନ ଦେଲେ ନାହିଁ।
ଏଣୁ ଏଇଠୁଁ ଆଡଭାନୀ ହେଲେ ସଙ୍ଘ ଏଜେଣ୍ଡା ର poster boy , ବାଜପେୟୀ ହେଇଗଲେ ବିଜେପି ମୁଖଟା ( ସେତେବେଳେ ସଂଘର ପ୍ରଭାବଶାଳୀ ସଂଗଠନ ସମ୍ପାଦକ ଗୋବିନ୍ଦ ଆଚାରିଆ ଙ୍କ ଦ୍ଵାରା ଏହି ଉପାଧି) !
ଏହା ପୂର୍ବରୁ କିଛି ଘଟଣା ସୂଚିତ କରିବା ଉଚିତ । ଜରୁରୀ ପରିସ୍ଥିତି ବେଳେ ସଂଘର ମୁଖ୍ୟ ଵାଲାସାହେବ ଦେଓ ରସ ଙ୍କ ଇନ୍ଦିରା ଗାନ୍ଧୀଙ୍କୁ ଆତ୍ମ ସମର୍ପଣ ଚିଠି , ଇନ୍ଦିରା ଗାନ୍ଧୀଙ୍କ ସେତେବେଳର କିଛି କିଛି ଜନସଂଘ ନେତାଙ୍କୁ ଗିରଫ ର କିଛି ଦିନ ପରେ ଅନୁକମ୍ପା ମୂଳକ ପାରୋଲା ପ୍ରଦାନ , ପୁଣି 1983 ରେ ଫାରୁକ ଅବଦୁଲ୍ଲା ଙ୍କୁ କ୍ଷମତା ଚ୍ୟୁତ କରିବା ପାଇଁ ଜାମ୍ମୁରେ ରେ ହିନ୍ଦୁ କାର୍ଡ, ପଞ୍ଜାବ ରେ ଶିଖ ରାଜନୀତି ର ପ୍ରଭାବ ହ୍ରାସ ପାଇଁ ଭିନ୍ଦରନ ୱାଲା କାର୍ଡ ଇତ୍ୟାଦି ରେ ଜନସଂଘ ଓ ସଂଘ ର ପୂର୍ଣ ସମର୍ଥନ , 1984 ଇନ୍ଦିରା ଙ୍କ ହତ୍ୟା ପରେ ଦିଲ୍ଲୀ ଦଙ୍ଗା ରେ କଂଗ୍ରେସ-ସଂଘ ର ଗଠ ବନ୍ଧନ ଇତ୍ୟାଦି ଯୋଗୁଁ ପ୍ରଥମେ ଜନସଂଘ ଓ ପରେ ବିଜେପି ଯେଉଁ ଆଶା ରଖିଥିଲା କଂଗ୍ରେସର ବିକଳ୍ପ ହେବ ତାହା ଅସମ୍ଭବ ମନେ ହେଲା । କାରଣ ସଂଘର ତୃଣ ମୂଳ କ୍ୟାଡର ବିଭିନ୍ନ ସମୟରେ ସଂଘର କଂଗ୍ରେସ ସହ ଦେହ ଘଷାଘଷା ଭୂମିକା ଯୋଗୁଁ ଶକ୍ତିହୀନ ହେଇ ପଡୁଥିଲେ ।


ଏହି ଭଳି ଅବସ୍ଥାରେ ଆଡଭାନୀ ଙ୍କୁ ଆଗକୁ ରଖି ସଙ୍ଘ ନିଜର ମୁଖ୍ୟ ଏଜେଣ୍ଡା ହିନ୍ଦୁତ୍ୱକୁ ବ୍ୟାପକ ପ୍ରସାର ପାଇଁ ବେଶୀ ଧ୍ୟାନ ଦେଲା । କିନ୍ତୁ ସେତେବେଳେ ବି ଜନସଙ୍ଘ ର ଯେଉଁ popular କେତେକ ନେତା ରାଜ୍ୟ ସ୍ତରରେ ଥିଲେ ସେମାନେ ସମସ୍ତେ କଠୋର ପନ୍ଥୀ ନଥିଲେ । ଆଡଭାନୀ ଙ୍କର ମଧ୍ୟ ଶିକ୍ଷା ଦୀକ୍ଷା କେତେ ବେଳେ ଆଗକୁ ନେଉଥିଲା ତ କେତେବେଳେ ପଛକୁ ଠେଲୁ ଥିଲା ।


ଯେତେବେଳେ ରଥଯାତ୍ରା ବେଳେ ଆଡଭାନୀ ଙ୍କୁ ଲାଲୁ ଯାଦବ ଗିରଫ କଲେ ଓ ସଂଘ ର ପ୍ରଭାବ ପଡ଼ିଲା ଭିପି ସିଂ ସରକାର ରୁ ସମର୍ଥନ ପ୍ରତ୍ୟାହାର କର ସେତେବେଳେ ବାଜପେୟୀ ଦଳୀୟ ବୈଠକରେ ବିରୋଧ କଲେ । ପ୍ରଶ୍ନ କଲେ ଆଡଭାନୀ ଜୀ ଯଦି ବେଙ୍ଗଲ ରେ ଗିରଫ ହେଇଥାନ୍ତେ ତାହେଲେ ଆମେ କି stand ନେଇଥାନ୍ତେ ? ଜ୍ୟୋତି ବାବୁ ତ ଭିପି ଙ୍କ ସରକାର ରେ ନାହାଁନ୍ତି । ତାଙ୍କ ସରକାର ଗିରଫ କରିଥିଲେ ଭିପି କିପରି ଦାୟୀ ହେଇଥାନ୍ତେ ?


କିନ୍ତୁ ଏଇଠି ଜଣା ପଡ଼ିଲା ବାଜପେୟୀ ଙ୍କୁ ଆଉ ସଂଘ ଗୁରୁତ୍ୱ ଦେଉନାହିଁ । ଏଇଠୁଁ ସଙ୍ଘ ଓ ନାଗପୁର ଦୂରତ୍ୱ ବୃଦ୍ଧି ପାଇଲା ଓ ଆଡଭାନୀ କିଛି ବର୍ଷ ସଂଘର ପ୍ରିୟ ଭାଜନ ହେଲେ ଯେଉଁ ଥିରେ ପୁଣି କେମିତି ଚନ୍ଦ୍ର ଗ୍ରହଣ ଲାଗୁଛି ଓ କ୍ରମେ କ୍ରମେ ପୁରୁଣା ଲୌହ ପୁରୁଷ ଜାଗାରେ ହିନ୍ଦୁ ସମ୍ରାଟ ସୃଷ୍ଟି କରିବାରେ ଆଡଭାନୀ ସେନାପତି ହେଇ ପୁଣି ଶରଶଯ୍ୟା କୁ ଯାଉଛନ୍ତି ପରବର୍ତ୍ତୀ ଭାଗ ଗୁଡ଼ିକ ରେ ଆଲୋଚନା କରିବି, ଆଜି ଏତିକି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: