ଗାଳି ଦେବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, ଜାଣନ୍ତୁ କାହିଁକି ?

ଗାଳି ଦେବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ, ଜାଣନ୍ତୁ କାହିଁକି ?

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆମ ଚାରିପାଖରେ ଏପରି ଅନେକ ଲୋକ ଅଛନ୍ତି, ଯେଉଁମାନେ କି କଥା କଥାରେ ଗାଳି କରନ୍ତି । ଆମେ ସବୁବେଳେ ଗାଳି ଦେଉଥିବା ଲୋକଙ୍କୁ ଖରାପ ବୋଲି କହିଥାଉ। କିନ୍ତୁ ଆପଣ ଜାଣନ୍ତି କି ଗାଳି କରୁଥିବା ଲୋକଙ୍କ ମନ ଅଧିକ ସୁସ୍ଥ ରହିଥାଏ । ଆଜି ଆମେ ଆପଣଙ୍କୁ ଏପରି କିଛି କଥା କହିବାକୁ ଯାଉଛୁ ଯାହା ଗାଳି ଏବଂ ସ୍ୱାସ୍ଥ୍ୟ ସହିତ ଜଡ଼ିତ।

ଯଦି ଆପଣ ନ ଚାହିଁ ବି କାହାକୁ ଗାଳି କରୁଛନ୍ତି ଓ ସେଥିପାଇଁ କୌଣସି ଲଜ୍ଜା ଅନୁଭବ କରୁନାହାନ୍ତି। ତେବେ ଏହାର ଅର୍ଥ ହେଉଛି ଯେ, ଆପଣଙ୍କର ମସ୍ତିଷ୍କ ଅନେକ ପ୍ରକାରର ଫ୍ରଷ୍ଟ୍ରେକସନ୍ ଦୂର କରିଦେଇଥାଏ। ଅନେକ ଥର ବିଭିନ୍ନ ଖଟିରେ ଆମେ ଆମ ବନ୍ଧୁମାନଙ୍କ ଆଗରେ ଗାଳି କରିଥାଉ। ତେବେ ସବୁଠୁ ଅଧିକ ଗାଳି ସାଙ୍ଗ ମାନଙ୍କୁ କରାଯାଇଥାଏ ବୋଲି ଜଣାପଡିଛି। ତେବେ ଗାଳି ଖାଉଥିବା ଲୋକ ଆମ ଉପରେ କ୍ରୋଧିତ ହୋଇଥାନ୍ତି। କିନ୍ତୁ ଆମେ ପ୍ରାୟତଃ ଦେଖୁ ଯେ, ପାଟିରୁ ଗାଳି ବାହାରିବା ପରେ ଆମକୁ କିଛି ମାତ୍ରାରେ ଆଶ୍ବସ୍ତ ମିଳିଥାଏ । ଏହା ଆମକୁ ଆରାମ ଅନୁଭବ କରାଇଥାଏ। ଏପରି ଲାଗେ ଯେପରି ହୃଦୟରେ ଲଦା ହୋଇଥିବା ଭାର ହାଲୁକା ହୋଇଯାଇଛି ।

ଆମେ ପିଲାଦିନେ ଭୁଲରେ ବି କାହାକୁ ଗାଳି କରିଲେ, ପରିବାର ଲୋକ ଆମକୁ ମାଡ଼ ମାରୁଥିଲେ। ତେବେ ଏବେ ବୈଜ୍ଞାନିକମାନେ ମଧ୍ୟ ପ୍ରମାଣ କରିଛନ୍ତି ଯେ .ଗାଳି କରି ମଣିଷ ତାର କ୍ରୋଧକୁ କିଛି ମାତ୍ରାରେ ହ୍ରାସ କରିପାରିବ ଏବଂ ଏହା ତାର ମନକୁ ତାଜା ରଖିବାକୁ ସକ୍ଷମ ହୋଇଥାଏ। କିନ୍ ୟୁନିଭରସିଟିରେ ହୋଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି ଯେ, ଗାଳି ଦେବା ଆମ ହୃଦୟ ପାଇଁ ଭଲ ହୋଇଥାଏ। ଅଧ୍ୟୟନ ଅନୁଯାୟୀ, ଗାଳି ଦେବା ଦ୍ଵାରା ଆମକୁ ସମସ୍ୟାର ମୁକାବିଲା କରିବାର କ୍ଷମତା ବଢ଼ି ଥାଏ। ବିଶ୍ୱବିଦ୍ୟାଳୟର କିଛି ଛାତ୍ରଙ୍କ ଗାଳି କରିବାକୁ ନେଇ ଗବେଷଣା କରାଯାଇଥିଲା। ଏହି ସମୟ ମଧ୍ୟରେ ଛାତ୍ରମାନଙ୍କ ହାତ ଅତ୍ୟଧିକ ଥଣ୍ଡା ପାଣିରେ ରଖାଯାଇଥିଲା। ଏହି ପ୍ରକ୍ରିୟା ସମୟରେ ଯେଉଁ ଛାତ୍ରମାନେ ଗାଳି ଦେଇଥିଲେ ସେମାନେ ଦୀର୍ଘ ସମୟ ଧରି ପାଣିରେ ହାତ ରଖିବାରେ ସଫଳ ହୋଇଥିଲେ। ଯେଉଁ ଛାତ୍ରମାନେ ଗାଳି କରୁନଥିଲେ ସେମାନେ ଅଳ୍ପ ସମୟ ମଧ୍ୟରେ ପାଣିରୁ ହାତ ବାହାର କରିଦେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: