ଘଣ୍ଟା ପ୍ରତି ୧୧କିମି ବେଗରେ ଗତି କରୁଛି ବାତ୍ୟା ‘ନିଭାର’

ପ୍ରିଜମ ନ୍ୟୁଜ ବ୍ୟୁରୋ: ଘଣ୍ଟା ପ୍ରତି ୧୧କିମି ବେଗରେ ଗତି କରୁଛି ବାତ୍ୟା ‘ନିଭାର’ । ବର୍ତ୍ତମାନ ଏହା ପୁଡୁଚେରୀଠାରୁ ୨୫୦ କିମି ଦୂରରେ ରହିଛି । ଆଗାମୀ ୬ଘଣ୍ଟା ମଧ୍ୟରେ ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପନେବ । ତାମିଲନାଡୁ ଉପକୂଳ ଆଡକୁ ମାଡି ଆସୁଥିବା ଏହି ବାତ୍ୟା ‘ନିଭାର’ ପୁଡୁଚେରୀର କରାଇକେଲ୍ଏବଂ ତାମିଲନାଡ଼ୁର ମାମଲାପୁରମ୍ ମଧ୍ୟରେ ଏହା ସ୍ଥଳ ଭାଗ ଛୁଇଁବ ବୋଲି ପାଣିପାଗ ବିଭାଗ ଆକଳନ କରିଛି ।

ଲ୍ୟାଣ୍ଡଫଲ ବେଳେ ଘଣ୍ଟାପ୍ରତି ୧୩୦ରୁ ୧୪୦ କିଲୋମିଟର ବେଗରେ ପବନ ବହିପାରେ। ଏପରିକି ପବନର ବେଗ ୧୫୫ କିଲୋମିଟର ଯାଏଁ ବଢ଼ିପାରେ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ଏହାର ପ୍ରଭାବରେ ତାମିଲନାଡ଼ୁ ଓ ପୁଡୁଚେରୀରେ ବର୍ଷା ଜାରି ରହିଛି । ବାତ୍ୟାକୁ ନଜରରେ ରଖି ତାମିଲନାଡ଼ୁ ଓ ପୁଡୁଚେରୀରେ ହାଇ ଆଲର୍ଟ ଜାରି କରାଯିବା ସହ ଆଜି ସରକାରୀ ଛୁଟି ଘୋଷଣା କରାଯାଇଛି । ତାମିଲନାଡୁରେ ବସ ସେବାକୁ ବାତିଲ କରାଯାଇଛି । ମୁଖ୍ୟମନ୍ତ୍ରୀ ପଲାନିସ୍ୱାମୀ ଲୋକମାନଙ୍କୁ ଘରେ ରହିବାକୁ ଅନୁରୋଧ କରିଛନ୍ତି । ପ୍ରଶାସନ ପକ୍ଷରୁ ୪ହଜାର ସମ୍ବେଦନଶୀଳ ସ୍ଥାନକୁ ଚିହ୍ନଟ କରାଯାଇ ସେଗୁଡିକ ଉପରେ ନଜର ରଖାଯାଇଛି । ତାମିଲନାଡୁ, ପୁଡୁଚେରୀ ଓ ଆନ୍ଧ୍ରପ୍ରଦେଶରେ ୧୨ଶହ ଏନଡିଆରଏଫ୍ ଯବାନ ମୁତ ନ କରାଯାଇଛି । ନୌସେନା ପକ୍ଷରୁ ମଧ୍ୟ ବାତ୍ୟାସ୍ଥିତି ଉପରେ ନଜର ରଖାଯାଇଛି । ନୌସେନା ପକ୍ଷରୁ ଜାହାଜ, ଏଆରକ୍ରାଫ୍ଟ ଓ ଉଦ୍ଧାରକାରୀ ଟିମକୁ ସଜାଗ ରଖାଯାଇଛି ।

%d bloggers like this: