‘ପରୀ’ ହତ୍ୟା ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପ୍ରିଜମ ନ୍ୟୁଜ ବ୍ୟୁରୋ; ନୟାଗଡ଼ ‘ପରୀ’ ହତ୍ୟା ମାମଲାରେ ତଦନ୍ତ କରିବ କ୍ରାଇମବ୍ରାଞ୍ଚ । କ୍ରାଇମବ୍ରାଞ୍ଚ ତଦନ୍ତ ନିଷ୍ପତ୍ତି ନେଇ ଗୃହରେ ବିବୃତି ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର । ଏହି  ମାମଲାରେ ବର୍ତ୍ତମାନ ଯାଏ ୩୪ ଜଣଙ୍କୁ ଜେରା କରାଯାଇଥିବା ନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ । ଗତକାଲି ଏହି ପ୍ରସଙ୍ଗରେ ବାଚସ୍ପତି ରୁଲିଂ ଦେବା ସହ ଗୃହରେ ଉତ୍ତର ରଖିବାକୁ ଦେଇଥିଲେ ନିର୍ଦ୍ଦେଶ ।

ସୂଚନା ଥାଉ କି ଗତକାଲି ବିଧାନସଭା ଆଗରେ ପରୀର ବାପା ମାଆ ଆତ୍ମାହୁତି ଉଦ୍ୟମ କରିଥିଲେ।  ଘଟଣା ପଛରେ ମନ୍ତ୍ରୀ ଅରୁଣ ସାହୁଙ୍କ ହାତ ରହିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି । ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ। ଘଟଣାରେ ମନ୍ତ୍ରୀଙ୍କର କି ପ୍ରକାର ସଂପୃକ୍ତି ରହିଛି, ନିଜେ ମନ୍ତ୍ରୀ ଏନେଇ ଉତ୍ତର ରଖନ୍ତୁ ବୋଲି ବିରୋଧୀଦଳ ନେତା ପ୍ରଦୀପ୍ତ ନାୟକ ଦାବି କରିଥିଲେ। ସେହିପରି କଂଗ୍ରେସ ପକ୍ଷରୁ ବିଧାୟକ ନରସିଂହ ମିଶ୍ର ଓ ସନ୍ତୋଷ ସିଂ ସାଲୁଜା ମଧ୍ୟ ଏ ପ୍ରସଙ୍ଗରେ ମନ୍ତ୍ରୀଙ୍କ ସ୍ପଷ୍ଟୀକରଣ ଚାହିଁଥିଲେ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ମଧ୍ୟ ପରୀ ହତ୍ୟା ଘଟଣା ଓ ବିଧାନସଭା ଆଗରେ ବାପାମାଆଙ୍କ ଆତ୍ମାହୂତି ଉଦ୍ୟମ ନେଇ ଉଦବେଗ ପ୍ରକାଶ କରିଛନ୍ତି ।

ଅଭିଯୋଗ ଅନୁସାରେ, ଗତ ଜୁଲାଇ ୧୪ ତାରିଖ ସକାଳ ୧୦ଟାବେଳେ ଏଇ ଘର ପାଖ ଗାଁ ଦାଣ୍ଡରେ ଖେଳୁଥିବାବେଳେ ହଠାତ୍ ନିଖୋଜ ହୋଇଯାଇଥିଲା ୫ ବର୍ଷର ଝିଅ ପରୀ। କେହି ତାକୁ ଅପହରଣ କରିନେଇଥିବା ପରିବାର ଲୋକେ ନୟାଗଡ଼ ସଦର ଥାନାରେ ଅଭିଯୋଗ କରିଥିଲେ। ଘଟଣାର ୧୦ ଦିନ ପରେ ଏକ ବସ୍ତାରେ ବନ୍ଧା ହୋଇ କେତେ ଖଣ୍ଡ ହାଡ଼ ମିଳିଥିଲା। ପୋଲିସ ଉକ୍ତ ମାମଲାରେ ବିଭିନ୍ନ ଲୋକଙ୍କୁ ଥାନାକୁ ନେଇ ପଚରା ଉଚରା କରିଥିଲେ ବି ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହୋଇନାହିଁ। 

%d bloggers like this: