ଡିସେମ୍ବର ପାଇଁ ବଢ଼ିଲା କଣ୍ଟେନମେଣ୍ଟ କଟକଣା

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଏଣିକି କଣ୍ଟେନମେଣ୍ଟ ଗାଇଡଲାଇନକୁ କଡ଼ାକଡ଼ି ମାନିବାକୁ ସମସ୍ତେ ବାଧ୍ୟ । ଦୈନିକ ସଂକ୍ରମଣ ଓ ମୃତ୍ୟୁ ହାର ବେକାବୁ ହେବା ପରେ ଏହାକୁ ନେଇ ନୂଆ ନିର୍ଦ୍ଦେଶନାମା ଜାରି କରିଛନ୍ତି କେନ୍ଦ୍ର ସରକାର। ଏଥିପାଇଁ ଆସନ୍ତାମାସ ( ଡିସେମ୍ବର) ପାଇଁ ଆଜି ସଂଶୋଧିତ କରୋନା ଗାଇଡଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ନୂଆ ନିୟମରେ କରୋନା ମୁକାବିଲା ପାଇଁ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

କଣ୍ଟେନମେଣ୍ଟ ଜୋନ୍‌ରେ କେବଳ ଅତି ଜରୁରୀ କାର୍ଯ୍ୟକୁ ଅନୁମତି ମିଳିବ। କଣ୍ଟେନମେଣ୍ଟ ଜୋନରେ ଘରକୁ ଘର ବୁଲି ସର୍ଭେଲାନ୍ସ କରାଯିବ। ପ୍ରୋଟୋକଲ ଅନୁସାରେ ଟେଷ୍ଟିଂ ଓ କଣ୍ଟାକ୍ଟ ଟ୍ରେସିଂକୁ ବି ଗୁରୁତ୍ୱ ଦିଆଯାଇଛି। ପରିସ୍ଥିତି ଦେଖି ସ୍ଥାନୀୟ କର୍ତ୍ତୃପକ୍ଷ ନାଇଟ କର୍ଫ୍ୟୁ ଜାରି କରିପାରିବେ। କଣ୍ଟେନମେଣ୍ଟ ଜୋନ୍ ବାହାରେ ଲକ୍ ଡାଉନ ପାଇଁ ଗାଇଡ୍‌ଲାଇନ୍‌ରେ ଅନୁମତି ନାହିଁ।

ନୂଆ ଗାଇଡ୍‌ଲାଇନ୍‌ରେ ଅନ୍ତର୍ଜାତୀୟ ବିମାନ ଚଳାଚଳକୁ ଅନୁମତି ଦେଲା ଗୃହ ମନ୍ତ୍ରାଳୟ। ସେହିପରି ୫୦% ଦର୍ଶକଙ୍କୁ ନେଇ ସିନେମା ହଲ୍ ଓ ଥିଏଟର ଚଳାଇବାକୁ ଅନୁମିତ ମିଳିଛି। କ୍ରୀଡ଼ାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରଖିବାକୁ ବି ଅନୁମତି ଦେଇଛନ୍ତି କେନ୍ଦ୍ର ସରକାର।

%d bloggers like this: