ଡିଜିଟାଲ ଲୁଟ୍ ର ମାଧ୍ୟମ ସାଜିଛି ମେସେଞ୍ଜର; ଏମିତି ହେଉଛି ଟଙ୍କା ଲୁଟ୍…

ଡିଜିଟାଲ ଲୁଟ୍ ର ମାଧ୍ୟମ ସାଜିଛି ମେସେଞ୍ଜର; ଏମିତି ହେଉଛି ଟଙ୍କା ଲୁଟ୍…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଆପଣ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି କି ? ବିଶେଷ କରି ଫେସବୁକରେ ଅଧିକରୁ ଅଧିକ ସମୟ ବିତାଉଛନ୍ତି କି ? ଜଣା ଅଜଣା ଫେସବୁକ୍ ଫ୍ରେଣ୍ଡମାନଙ୍କ ସହ ଅଧିକ ସମୟ ଧରି ଚାଟିଂ କରୁଛନ୍ତି କି? ଯଦି ଏହି ସବୁ ପ୍ରଶ୍ନର ଉତ୍ତର ହଁ ତେବେ ସାବଧାନ ରୁହନ୍ତୁ । କାହିଁକିନା ଚାଟିଂ ବାହାନାରେ ଆପଣଙ୍କ ଠାରୁ ଆର୍ଥିତ ସହାୟତା ମାଗି ପାରନ୍ତି କିଛି ଡିଜିଟାଲ ଚୋର । ହଁ ସୋସିଆଲ ମିଡିଆରେ ଏମିତି କିଛି ହିଁ ଚାଲିଥିବା ଏବେ ଜଣାପଡ଼ିଛି । ଅନେକ ବ୍ୟକ୍ତି ନିଜ ସହ ସେମିତି କିଛି ଘଟଣା ଘଟିଥିବା ଅବା ଘଟିବାକୁ ଯାଉଥିବାର ସାମ୍ନାକୁ ଆସୁଛି । ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଫେସବୁକ୍ ରେ ଏବେ ସେମିତି କିଛି ଚାଟିଂର ସ୍ନାପ ସଟ୍ ଘୁରି ବୁଲୁଛି ଯେଉଁଥିରେ ୟୁଜର୍ସଙ୍କୁ ସହାୟତା ବାହାନାରେ ଅର୍ଥ ମାଗୁଛି । ଏପରିକି ବଡ଼ ପରିମାଣର ଅର୍ଥ ସହାୟତା ମାଗୁଛନ୍ତି କିଛି ଖଳ ପ୍ରକୃତିର ବ୍ୟକ୍ତିବିଶେଷ । ଅବଶ୍ୟ ସେ ସହୁ ଫେକ୍ ଆକାଉଣ୍ଟରୁ ଆସୁଥିବା ଜଣାପଡିଛି । ଯେଉଁମାନେ କି ସଂପୃକ୍ତ ୟୁଜର୍ସଙ୍କୁ ଦିନେ କିମ୍ବା ଦୁଇଦିନ ମଧ୍ୟରେ ସମସ୍ତ ଅର୍ଥ ଫେରାଇ ଦେବାକୁ ପ୍ରତିଶ୍ରୁତି ଦେଇ ଅର୍ଥ ହଡ଼କ କରିନେଉଛନ୍ତି ଅବା ନେବାକୁ ଯଥାସାଧ୍ୟ ଉଦ୍ୟମ କରୁଛନ୍ତି ।

ଫେସବୁକ୍ ରେ ଏମିତି କିଛି ସ୍ନାପସଟ୍ ଘୁରି ବୁଲିବା ପରେ ଅନ୍ୟ କେତେଜଣ ସଚେତନ ୟୁଜର୍ସ ମଧ୍ୟ ଏ ପ୍ରସଙ୍ଗରେ ମୁହଁ ଖୋଲି ସେମାନଙ୍କ ସହ ହୋଇଥିବା ଘଟଣାର ବର୍ଣ୍ଣନା କରିଛନ୍ତି । ଆପଣମାନେ ବି ସାବଧାନ ରହିଥିବେ ହୁଏତ ଆପଣଙ୍କୁ ମଧ୍ୟ ଏଭଳି ଅପ୍ରିତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ । ହୁଏତ ଆପଣଙ୍କୁ ମଧ୍ୟ କେହି ଅଜଣା ବ୍ୟକ୍ତି ଏମିତି ଫ୍ରେଣ୍ଡ ରିକ୍ୱେଷ୍ଟ ପଠାଇ ପାରନ୍ତି ଏବଂ ଆର୍ଥିକ ସହାୟତା ବାହାନାରେ ଆପଣଙ୍କୁ ଟଙ୍କା ମାଗି  ପାରନ୍ତି । ତେଣୁ ନିଜେ ସାବଧାନ ରହିଲେ ହିଁ ଆପଣଙ୍କ ଧନ ସୁରକ୍ଷିତ ରହିବ ।

ମହମ୍ମଦ ଅଲ୍ଲୀ ନାମକ ଜଣେ ଫେସବୁକ୍ ୟୁଜର୍ସ ନିଜ ସହ ଘଟିଥିବା ଏକ ଘଟଣା ବର୍ଣ୍ଣନା କରିବାକୁ ଯାଇ କୁହନ୍ତି, ମତେ ଗତ ପନ୍ଦର ଦିନ ତଳେ ଏକ ମେସେଜ ଆସିଥିଲା । ମୋର ଜଣେ ପୋଲିସ ଏ ଏସ ଆଇ ଛୋଟ ଭାଇ ଠାରୁ ତାର ଆଇଡି ହ୍ୟାକ କରାଯାଇଥିଲା ।ମୁଁ ଫୋନ ନମ୍ବର ଦେଲି ଓ କଥା ହେବା ପାଇଁ କହିଲି । ପରେ ତାକୁ ନିଜ ଫୋନ ରୁ କଲ୍ କଲି । ସେଇଠୁ ଜାଣିଲି ତାର ଆଇଡି ହ୍ୟାକ କରି ଏପରି କିଏ କରିଛି । ସେ ଭାଇ ତୁରନ୍ତ ନିଜର ଆଇଡି ଡିଲେଟ୍ କଲେ ।

ଅନ୍ୟ ୟୁଜର୍ସଙ୍କୁ ସଚେତନ କରିବାକୁ ଯାଇ ସେ ପୁଣି ଲେଖିଛନ୍ତି ଯେ, ବିଭିନ୍ନ ସମୟରେ ନିଜର ଫେସବୁକ ପାସୱାର୍ଡ ଚେଞ୍ଜ କର । ଅଜଣା ବ୍ୟକ୍ତିଙ୍କୁ ନିଜର ମୋବାଇଲ ନମ୍ବର କିମ୍ବା ଅନ୍ୟ କୌଣସି ତଥ୍ୟ ଦିଅ ନାହିଁ । ଯେତେ ସବୁ ମେସେଜ ଆସୁଛି ତାହା ନିଜର ଫେସବୁକ୍ ସାଙ୍ଗ ଗହଣରୁ ହିଁ ଆସୁଛି କାହିଁକିନା ସେ ସବୁକୁ ହ୍ୟାକ କରାଯାଉଛି ।

ଆଉ ଏକ ବଡ଼ ଖୁଲାସା ହୋଇଛି ଯେ, ସାଧାରଣ ୟୁଜର୍ସଙ୍କ ଭଳି ରାଜନେତା, ଅଧିକାରୀଙ୍କ ଆକାଉଣ୍ଟକୁ ହ୍ୟାକ କରି ନେଉଛନ୍ତି ଅପରାଧୀ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ନାଁରେ ଆକାଉଣ୍ଟ ଖୋଲି ଟଙ୍କା ଠକେଇ କରୁଥିବା ମଧ୍ୟ ପୋଲିସ ତଦନ୍ତରୁ ଜଣାପଡ଼ିଛି । ଗତ କିଛି ଦିନ ହେବ ଏଭଳି ମାମଲା ଅଧିକରୁ ଅଧିକ ସାମ୍ନାକୁ ଆସୁଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: