କୋରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ଆଣିବାକୁ ଯାଇଥିବା କୋଭିଡ୍ ଟିମ୍ ଓ ତହସିଲଦାରଙ୍କୁ ଦୁର୍ବ୍ୟବହାର

କୋରୋନା ପଜିଟିଭ ଚିହ୍ନଟ ବ୍ୟକ୍ତିଙ୍କୁ ଆଣିବାକୁ ଯାଇଥିବା କୋଭିଡ୍ ଟିମ୍ ଓ ତହସିଲଦାରଙ୍କୁ ଦୁର୍ବ୍ୟବହାର

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଆକ୍ରାନ୍ତଙ୍କୁ ଆଣିବାକୁ ଯାଇଥିବା କୋଭିଡ ଟିମ୍ ଓ ତହସିଲଦାରଙ୍କୁ ଦୁର୍ବ୍ୟବହାର । ଏପରି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କହଳପଦା ଗାଁରେ । ଗୋଟିଏ ପରିବାରର ୮ ଜଣ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍ ହସ୍ପିଟାଲକୁ ସ୍ଥାନାନ୍ତରିତ କରିବା ପାଇଁ କୋଭିଡ୍ ଟିମ୍ ସହ ଯାଇଥିଲେ ତହସିଲଦାର । ହେଲେ ପରିବାର ଲୋକେ ସହଯୋଗ କରିବା ପରିବର୍ତ୍ତେ ପ୍ରଶାସନକୁ ବିରୋଧ କରିଥିଲେ । ଏପରି କି ରେବଣାନୂଆଁଗାଁ ସ୍ବାସ୍ଥ୍ୟକେନ୍ଦ୍ରର ଇନଚାର୍ଜ ତାଙ୍କୁ ପଜିଟିଭ ରିପୋର୍ଟ ଦେଖାଇଥିଲେ ମଧ୍ୟ ତାହାକୁ ମିଥ୍ୟା ବୋଲି କହି ପାଟିତୁଣ୍ଡ କରିଥିଲେ । ଏବଂ କୋଭିଡ ଟିମ୍ ସହ ଯାଇଥିବା ବ୍ରହ୍ମଗିରି ତହସିଲଦାର କିଶୋରଚନ୍ଦ୍ର ପଣ୍ଡାଙ୍କୁ ଉକ୍ତ ପରିବାର ଲୋକେ ଦୁର୍ବ୍ୟବହାର କରିବାକୁ ପଛାଇ ନ ଥିଲେ । ଫଳରେ ପ୍ରଶାସନ ଘଟଣାସ୍ଥଳରୁ ଆକ୍ରାନ୍ତଙ୍କୁ ନ ଆଣି ଫେରି ଆସିଛନ୍ତି । ସେପଟେ ଏନେଇ ବ୍ରହ୍ମଗିରି ଥାନାରେ ଲେଖିତ ଅଭିଯୋଗ କରିଛନ୍ତି ତହସିଲଦାର । ଏଠାରେ କହି ରଖୁଛୁ, ୭ ଦିନ ପୂର୍ବେ ଉକ୍ତ ପରିବାରର ଜଣେ ସଦସ୍ୟଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ଲୋକଙ୍କ କୋରୋନା ରିପୋର୍ଟ ପଜିଟିଭ ଆସିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: