ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ ‘ସୁଇସାଇଡ୍ ଓର୍ ମର୍ଡର’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୁଶାନ୍ତ ସିଂ ରାଜପୁତଙ୍କ ଉପରେ ଆଧାରିତ ଫିଲ୍ମ ‘ସୁଇସାଇଡ୍ ଓର୍ ମର୍ଡର’ ‘ର ତୃତୀୟ ପୋଷ୍ଟର ରିଲିଜ ହୋଇଛି ।

ପୋଷ୍ଟରରେ ଅଭିନେତ୍ରୀ ଶ୍ୱେତା ପରଶେରଙ୍କ ଫଟୋ ରହିଛି । ଏହି ଫିଲ୍ମ ରେ ‘ଟ୍ରବୁଲ ମେକର’ ଭୂମିକାରେ ନଜର ଆସିବେ ଶ୍ବେତା । ସେ ଅନେକ ଚେହେରା ଥିବା ମହିଳାଙ୍କ ଚରିତ୍ରରେ ଅଭିନୟ କରିବେ । ସୁନ୍ଦର, ମଧୁର ତଥାପି ଚତୁର ବୋଲି ଫିଲ୍ମ ପୋଷ୍ଟରେ ଲେଖା ରହିଛି ।

ଶ୍ୱେତା ଏହି ପୋଷ୍ଟରକୁ ନିଜ ଟ୍ବିଟର୍ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । “ମୁଁ ସଶକ୍ତ ଅନୁଭବ କରୁଛି କାରଣ ଏହା କେବଳ ଚଳଚ୍ଚିତ୍ର ନୁହେଁ, ଏହା ଚଳଚ୍ଚିତ୍ର ମାଫିଆଙ୍କ ବିରୋଧରେ ଏକ ଆନ୍ଦୋଳନ। ଏହା ଇନସାଇଡର୍ ବନାମ ବାହାର ଲୋକ କିମ୍ବା ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ଥିବା ମାଫିଆ ବିରୁଦ୍ଧରେ ଲଢେଇ। ଏଥିରେ ମୁଁ, ଏହି ସମସ୍ତ ‘ଗ୍ୟାଙ୍ଗ’ ଏବଂ ସେମାନଙ୍କ ଷ୍ଟୋଗ୍ ବିରୁଦ୍ଧରେ ଛିଡା ହୋଇଛି । ସେହି କାରଣରୁ ମୁଁ ତୁରନ୍ତ ଏହି ଫିଲ୍ମକୁ ହଁ କହିଲି। କାରଣ ମୋର ବିଶ୍ୱାସ ଯେ, ଏହା ସମସ୍ତ ସହରୀ ନକ୍ସଲ ଏବଂ ଚଳଚ୍ଚିତ୍ର ନକ୍ସଲଙ୍କ ଅସଲି ଚେହେରା ପ୍ରକାଶ କରିବାରେ ସାହାଯ୍ୟ କରିବ।

ଭିଏସଜି ବିଙ୍ଗେ ଦ୍ୱାରା ନିର୍ମାଣ ହେବାକୁ ଥିବା ଫିଲ୍ମ ‘Suicide or Murder’ରେ ମୁଖ୍ୟ ଭୂମିକାରେ ସୁଶାନ୍ତଙ୍କ ଭଳି ଦେଖା ଯାଉଥିବା ସଚିନ୍ ତିୱାରୀ ଅଭିନୟ କରିବେ।

ସଚିନଙ୍କୁ ନେଇ ଫିଲ୍ମର ପ୍ରଥମ ପୋଷ୍ଟରକୁ ‘ଦି ଆଉଟସାଇଡର୍’ ନାଁରେ ରିଲିଜ କରାଯାଇଥିଲା। ତା’ପରେ ରାଣା ନାମକ ଜଣେ ମଡେଲକୁ ନେଇ ‘ନେପୋକିଂ’ ନାମକ ଦ୍ୱିତୀୟ ପୋଷ୍ଟର ଆଉଟ୍ ହୋଇଥିଲା।

Leave a Reply

Your email address will not be published. Required fields are marked *