ଆକ୍ରାନ୍ତଙ୍କଠୁ ସୁସ୍ଥଙ୍କ ସଂଖ୍ୟା ଅଧିକ

ଆକ୍ରାନ୍ତଙ୍କଠୁ ସୁସ୍ଥଙ୍କ ସଂଖ୍ୟା ଅଧିକ

ପ୍ରିଜମ ନ୍ୟୁଜ ବ୍ୟୁରୋ: କରୋନାରେ ଆକ୍ରାନ୍ତଙ୍କ ସଂଖ୍ଯା ଧିରେ ଧିରେ କମୁଛି। ଏଥି ସହ ସୁସ୍ଥ ସୁସ୍ଥଙ୍କ ସଂଖ୍ୟା ବଢ଼ିଛି। ରାଜ୍ୟରେ ଆଜି ୫ହଜାର ୩୭୬ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୭୦ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୪ହଜାର ୩୫୨ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।ସୂଚନା ଅନୁସାରେ, ନୂଆପଡ଼ାରୁ ୧୬୧, କଟକରୁ ୩୬୩, ସୁନ୍ଦରଗଡ଼ରୁ ୭୩୧, ବାଲେଶ୍ୱରରୁ ୧୬୮, ଯାଜପୁରରୁ ୧୯୧, କେନ୍ଦୁଝରରୁ ୫୦, ନୟାଗଡ଼ରୁ ୧୧୦, ଜଗତସିଂହପୁରରୁ ୮୯, ନବରଂଗପୁରରୁ ୮୭, ଅନୁଗୁଳରୁ ୬୬, ଢେଙ୍କାନାଳରୁ ୩୩, ପୁରୀରୁ ୯୩, ଭଦ୍ରକରୁ ୧୦୬, ଦେବଗଡ଼ରୁ ୮୨, ସୁବର୍ଣ୍ଣପୁରରୁ ୪୮, ଗଂଜାମରୁ ୬୬, କନ୍ଧମାଳରୁ ୫୬, ରାୟଗଡ଼ାରୁ ୨୮, ଝାରସୁଗୁଡ଼ାରୁ ୫୮, କେନ୍ଦ୍ରାପଡ଼ାରୁ ୭୩, ବୌଦ୍ଧରୁ ୭୫, ମାଲକାନଗିରିରୁ ୩୭, ସମ୍ବଲପୁରରୁ ୧୬୪, କୋରାପୁଟରୁ ୫୨୬, କଳାହାଣ୍ଡିରୁ ୧୬୫, ବଲାଙ୍ଗୀରରୁ ୬୪, ମୟୂରଭଂଜରୁ ୧୫୨, ବରଗଡ଼ରୁ ୧୩୪ଓ ରାଜ୍ୟପୁଲରୁ ୨୬୪ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: