ଫେବୃଆରୀ ୭ରୁ ପୁନଃ ଓପିଡି ସେବା ଆରମ୍ଭ

ଫେବୃଆରୀ ୭ରୁ ପୁନଃ ଓପିଡି ସେବା ଆରମ୍ଭ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ କୋଭିଡ ସଂକ୍ରମଣ କମିବାରେ ଲାଗିଛି। ଏଭଳି ସ୍ଥିତିରେ ଭୁବନେଶ୍ୱର ଏମସ୍‌ର ଓପିଡି ସେବା ପୁନର୍ବାର ଆସନ୍ତା ୭ତାରିଖରୁ ଆରମ୍ଭ ହେବ। ଏ ନେଇ ଶୁକ୍ରବାର ଏମସ୍‌ କର୍ତ୍ତୃପକ୍ଷ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କରୋନା ସଂକ୍ରମଣ ଯୋଗୁଁ ଜାନୁଆରୀ ୧୭ ତାରିଖରୁ ଓପିଡି ସେବା ବନ୍ଦ ରହିଥିଲା। ତେଣୁ ପୂର୍ବଭଳି ଓପିଡିର ୱେବସାଇଟ୍‌ରେ ଥିବା ସମସ୍ତ କାର୍ଯ୍ୟସୂଚୀକୁ ଅନୁସରଣ କରାଯିବ। ଏଥି ସହ ସଂକ୍ରମଣକୁ ଆଖି ଆଗରେ ରଖି ସବୁ ବିଭାଗର ୱାର୍ଡରେ ୪ରୁ୫ ଶଯ୍ୟା ସଂରକ୍ଷିତ ରଖାଯିବ। ‘ଏମସ୍‌ ଭୁବନେଶ୍ୱର ସ୍ବାସ୍ଥ୍ୟ’ ଆପ୍‌ ପକ୍ଷରୁ ପୂର୍ବପରି ରୋଗୀମାନଙ୍କର ସ୍ବାସ୍ଥ୍ବର ତଦାରଖ କରାଯିବ। ସମସ୍ତ ଆଇପିଡି ଆଡମିିସନ ଏବଂ ଓଟି ଗଡ଼ିକ କାର୍ଯ୍ୟକାରୀ ହେବ। କୋଭିଡ ଲେବର ରୁମ ଆହୁରି ସପ୍ତାହେ ପର୍ଯ୍ୟନ୍ତ କାର୍ଯ୍ୟ କରିବ ବୋଲି କୁହାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: