“ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି” ଉଦଘାଟିତ

“ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି” ଉଦଘାଟିତ

ପ୍ରିଜିମ ନ୍ୟୁଜ ବ୍ୟୁରୋ: ଶ୍ରୀରାମାନୁଜାଚାର୍ଯ୍ୟଙ୍କ ଉଦ୍ଦେଶ୍ୟରେ ୨୧୬ ଫୁଟ୍ ଉଚ୍ଚ “ଷ୍ଟାଚ୍ୟୁ ଅଫ୍ ଇକ୍ୱାଲିଟି” ହାଇଦ୍ରାବାଦରେ ଉଦଘାଟିତ ହୋଇଛି। ଏହାକୁ ତେଲେଙ୍ଗାନା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସାବାଦଠାରେ ଅନାବୃତ କରିଥିଲେ । ଏହି ମୂର୍ତ୍ତୀ ସୁନା, ରୂପା, ତମ୍ବା, ପିତ୍ତଳ ଓ ଦସ୍ତା ଭଳି ପାଞ୍ଚଟି ଧାତୁର ମିଶ୍ରଣରେ ପ୍ରସ୍ତୁତ କରାଯାଇଛି । ବସିଥିବା ଅବସ୍ଥାରେ ଏହି ମୂର୍ତ୍ତୀକୁ ବିଶ୍ୱର ଅନ୍ୟତମ ଉଚ୍ଚ କଳାକୃତି ରୂପେ ବିବେଚିତ କରାଯାଇଛି । ଭଦ୍ର ବେଦୀ ନାମକ ଏକ ୫୪ ଫୁଟ୍ ଉଚ୍ଚ ଅଟ୍ଟାଳିକା ଉପରେ ଏହି ମୂର୍ତ୍ତୀକୁ ସ୍ଥାନିତ କରାଯାଇଛି । ଖୁବଶୀଘ୍ର ଏହି ବିଶାଳକାୟ ପ୍ରତିମୂର୍ତ୍ତୀକୁ ଦେଖିବା ଲାଗି ସର୍ବସାଧାରଣଙ୍କୁ ଅନୁମତି ମିଳିବ ବୋଲି ସୂଚନା ରହିଛି । ମୂର୍ତ୍ତୀ ଚାରିପଟେ ବିଭିନ୍ନ ସାଜସଜ୍ଜା କରାଯାଇଥିଲାବେଳେ ରାତିରେ ମଧ୍ୟ ଲାଇଟ୍ ସୋ ପାଇଁ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: