କାହିଁକି ଦେବଦୂତ ସାଜିଲେ ଏହି ଖେଳାଳି?

କାହିଁକି ଦେବଦୂତ ସାଜିଲେ ଏହି ଖେଳାଳି?

ପ୍ରିଜମ ନ୍ୟୁଜ ବ୍ୟୁରୋ: ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ ରାହୁଲ ସାଜିଲେ ଦେବଦୂତ। ମୁମ୍ବାଇର ଜଣେ ୧୧ବର୍ଷୀୟ ବାଳକ ଭରଦ ଏକ ଅଜଣା ରୋଗରେ ହଠାତ ଆକ୍ରାନ୍ତ ହୋଇଥିଲେ । ଡାକ୍ତର ତାଙ୍କୁ ତୁରନ୍ତ ବୋନ ମେରୋ ଟ୍ରାନ୍ସପ୍ଲାଂଟ ସର୍ଜରୀ କରିବା ପାଇଁ ପରାମର୍ଶ ଦେଇଥିଲେ । ଏଥିପାଇଁ ୩୫ ଲକ୍ଷ ଟଙ୍କା ଆବଶ୍ୟକ ହେଉଥିଲା । ବରଦଙ୍କ ବାପା ସଚିନ ଯିଏ କି ଜଣେ ଇନସୁରାନ୍ସ ଏଂଜେଟ ଭାବେ କାର୍ଯ୍ୟ କରନ୍ତି ତାଙ୍କ ପାଇଁ ଟଙ୍କା ସଂଗ୍ରହ କରିବା କଷ୍ଟକର ଥିଲା। ଗିଭ ଇଣ୍ଡିଆ ଓ ଗଣମାଧ୍ୟମରୁ ଏକଥା ଶୁଣିବା ପରେ ରାହୁଲ ଓ ତାଙ୍କ ଟିମ୍ ଆଗେଇ ଆସିଥିଲେ ଭରଦଙ୍କୁ ସାହାଯ୍ୟ କରିବାକୁ। ସେ ୩୧ ଲକ୍ଷ ଟଙ୍କା ସହଯୋଗ କରିଥିଲେ । ୪ ଲକ୍ଷ ଟଙ୍କା ଅନଲାଇନ କ୍ୟାମ୍ପେନରୁ ଯୋଗାଡ ହୋଇଥିଲା । ଏବେ ଭରଦଙ୍କର ସର୍ଜରୀ ସଫଳ ହେବା ସହ ସେ ଶୀଘ୍ର ସୁସ୍ଥ ହୋଇ ନିଜ ଲକ୍ଷ୍ଯ ପୂରଣ କରନ୍ତୁ ବୋଲି ରାହୁଲ କହିଛନ୍ତି। ଅନ୍ୟମାନେ ମଧ୍ଯ ଏହା ଜାଣିବା ପରେ ତାଙ୍କୁ ସାହାଯ୍ୟ କରିବେ ବୋଲି ସେ ଆଶା କରିଛନ୍ତି। ତେବେ ରାହୁଲଙ୍କ ଏଭଳି ସାହାଯ୍ୟ ଯୋଗୁ ଭରଦ ଆଜି ଠିକ୍ ଥିବା ଜଣାଇଛନ୍ତି ଭରଦଙ୍କ ମା’ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: