କୋରୋନା ଭାଇରସ୍ ଡ୍ୟାନ୍ସ ଦେଖି ଲୋକେ …

କୋରୋନା ଭାଇରସ୍ ଡ୍ୟାନ୍ସ ଦେଖି ଲୋକେ …

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଘଣ୍ଟ ଘଣ୍ଟା, ଢୋଲର ତାଳେ ତାଳେ କରୋନା କରୁଛି ଡ୍ୟାନ୍ସ । ନିକଟତରେ ହେଲା ମାତ୍ରେ ସାନିଟାଇଜର ସ୍ପ୍ରେ କରାଯାଉଛି । ଲୋକଙ୍କ ଅସମ୍ଭାଳ ଭିଡ଼ ବି ଲାଗିଛି । ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।
ଭିଡିଓରେ ଦେଖିବାକୁ ମିଳିଛି ଯେ, ବ୍ୟକ୍ତି ଜଣକ କରୋନା ଭାଇରସ୍ ହୋଇ କରୋନା ମାସ୍କ ପିନ୍ଧି ନାଚୁଛନ୍ତି | ତାଙ୍କ ଚାରିପାଖରେ ଲୋକଙ୍କ ଭିଡ଼ ଲାଗିଛି । ସେ ନିକଟତର ହେବା ମାତ୍ରେ ଲୋକମାନେ ତାଙ୍କ ଉପରେ ସାନିଟାଇଜର ସ୍ପ୍ରେ କରୁଛନ୍ତି।
ସଚେତନତା ନାଁରେ କୋଭିଡ୍ ନିୟମକୁ ଉଲ୍ଲଂଘନ କରି କରାଯାଉଥିବା ଏହି ଡ୍ୟାନ୍ସ ଓ ଭିଡ଼ ଲୋକଙ୍କ ଦାୟିତ୍ବହୀନତାକୁ ପଦା ପକାଛି । ଏହି ଭିଡିଓକୁ ଭାରତୀୟ ବନ ଅଧିକାରୀ ପ୍ରବୀଣ କାସୱାନ ସେୟାର କରିଛନ୍ତି। କ୍ୟାପସନରେ ମଧ୍ୟ ଲେଖିଛନ୍ତି, ‘ଏହି ସମୟରେ କରୋନା | ଏହି ଭିଡିଓଟି ତ୍ରିପୁରାର ବୋଲି କୁହାଯାଉଛି। ସେ ଏହି ଭିଡିଓକୁ ଏପ୍ରିଲ୍ ୧୭ ତାରିଖରେ ସେୟାର କରିଥିବା ବେଳେ ଏହାକୁ ଏ ପର୍ଯ୍ୟନ୍ତ ୩୫ ହଜାରରୁ ଅଧିକ ଭ୍ୟୁ ମିଳିଛି । କିଛି ୟୁଜର୍ସ ମଜାଳିଆ କମେଣ୍ଟ ଦେଉଥିବା ବେଳେ ଆଉ କିଛି ଲୋକ ଚିନ୍ତା ପ୍ରକଟ କରିଛନ୍ତି ।
କରୋନା ମାମଲା ଯେତେକି ମାତ୍ରାରେ ବଢ଼ିବାରେ ସେହି ଅନୁପାତରେ ସଂକ୍ରମିତଙ୍କୁ ଚିକିତ୍ସା ଯୋଗାଇବା ସମ୍ଭବ ହୋଇପାରୁନି । ଏଣେ ସାମାଜିକ ଦୂରତା ନିୟମ ପାଳନ ନ କରି, ମାସ୍କ ନ ପିନ୍ଧି ଲୋକମାନେ ଏପରି ବେପରୁଆ ହୋଇ ମସ୍ତି କରିବା ଚିନ୍ତାଜନକ ବିଷୟ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: