ଶାଶୁ ପାଇଁ ଭଡ଼ାଟିଆ ପ୍ରେମିକ ଖୋଜୁଛି ବୋହୂ, ଦୁଇଦିନରେ ମିଳିବ ୭୨ ହଜାର ଟଙ୍କା

ଶାଶୁ ପାଇଁ ଭଡ଼ାଟିଆ ପ୍ରେମିକ ଖୋଜୁଛି ବୋହୂ, ଦୁଇଦିନରେ ମିଳିବ ୭୨ ହଜାର ଟଙ୍କା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ସୋସିଆଲ ମିଡିଆରେ ବେଳେ ବେଳେ ଏମିତି କିଛି ଖବର ଦେଖିବାକୁ ମିଳେ ଯାହାକି ଲୋକଙ୍କ ବୁଦ୍ଧି ହଜେଇ ଦିଏ। ଏବେ ସେମିତି ଗୋଟିଏ ଖବର ଭାଇରାଲ ହେବାରେ ଲାଗିଛି। ଜଣେ ବୋହୂ ତାଙ୍କ ଶାଶୁଙ୍କ ପାଇଁ ପ୍ରେମିକ ଖୋଜୁଥିବାର ଜଣା ପଡ଼ିଛି। ଖବର ଅନୁଯାୟୀ ଆମେରିକାରେ ରହୁଥିବା ଜଣେ ବୋହୂ ତାଙ୍କ ଶାଶୁଙ୍କ ପାଇଁ ଭଡ଼ାରେ ପ୍ରେମିକ ଖୋଜୁଛନ୍ତି। ଏଥିପାଇଁ ବୋହୂ ଖବରକାଗଜରେ ଏକ ବିଜ୍ଞାପନ ମଧ୍ୟ ଦେଇଛନ୍ତି। ଯଦି କେହି ତାଙ୍କ ଶାଶୁଙ୍କ ପ୍ରେମିକ ହୁଅନ୍ତି, ତେବେ ଦୁଇ ଦିନ ଏକାଠି ବିତାଇବା ପାଇଁ ଭଡ଼ା ହିସାବରେ ୭୨ ହଜାର ଟଙ୍କା ତାଙ୍କୁ ଦିଆଯିବ।
ସବୁଠାରୁ କୌତୁହଳର ବିଷୟ ହେଉଛି ଏହି ବୋହୂ କେବଳ ଦୁଇ ଦିନ ପାଇଁ ନିଜ ଶାଶୁଙ୍କ ପାଇଁ ପ୍ରେମିକ ଖୋଜୁଛନ୍ତି। ବିଜ୍ଞାପନଟି ଏବେ ସୋସିଆଲ ମିଡିଆରେ ଖୁବ୍ ଜୋରେ ଭାଇରାଲ ହେବାରେ ଲାଗିଛି। ଏହି ବିଜ୍ଞାପନ ଦେଖି ଲୋକମାନେ ମଧ୍ୟ ବିଭିନ୍ନ ପ୍ରକାର ମନ୍ତବ୍ୟ ଦେଉଛନ୍ତି। ବିଜ୍ଞାପନରେ ବୋହୂ ଛପାଇଛନ୍ତି ଯେ ତାଙ୍କ ଶାଶୁଙ୍କ ପାଇଁ ୨ ଦିନଆ ପ୍ରେମିକ ଦରକାର।
ବୋହୂ ବିଜ୍ଞାପନରେ କହିଛନ୍ତି ଯେଉଁ ବ୍ୟକ୍ତି ତାଙ୍କ ଶାଶୁଙ୍କ ନକଲି ପ୍ରେମିକ ହେବ ତାଙ୍କୁ ମାତ୍ର ଦୁଇ ଦିନ ପାଇଁ ୭୨ ହଜାର ଟଙ୍କା ପ୍ରଦାନ କରାଯିବ। ଆମେରିକାର ନ୍ୟୁୟର୍କର ହଡସନ ଭ୍ୟାଲିରେ ରହୁଥିବା ବୋହୂ ବିଜ୍ଞାପନରେ ଦର୍ଶାଇଛନ୍ତି ଯେ ମୋର ୫୨ ବର୍ଷିୟା ଶାଶୁଙ୍କ ପାଇଁ ସାଥୀ ଦରକାର, ସେ ଏକ ବିବାହ ଏବଂ ରାତ୍ରୀ ଭୋଜନରେ ଯୋଗଦେବେ। ଏହାସହ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ ଶାଶୁଙ୍କ ସହ ପୁରା ଦୁଇ ଦିନ ରହିବାକୁ ହେବ। ଯେଉଁଥିପାଇଁ ତାଙ୍କୁ ପୁରା ଏକ ହଜାର ଡଲାର ଅର୍ଥାତ୍ ପ୍ରାୟ ୭୨ ହଜାର ଟଙ୍କା ମିଳିବ।
ଶାଶୁଙ୍କୁ ଗୋଟିଏ ବିବାହ ଉତ୍ସବରେ ଯୋଗଦେବାର ରହିଛି। ଏହି ବିବାହ ଭୋଜିରେ ଯୋଗଦେବା ପାଇଁ ଶାଶୁଙ୍କୁ ପ୍ରେମିକର ଆବଶ୍ୟକ ରହିଛି। ତାଙ୍କ ବୋହୂ ଚାହୁଁଛନ୍ତି ଯେ ତାଙ୍କ ଶାଶୁ ଏହି ବିବାହ ଭୋଜିରେ ସୁନ୍ଦର ପୋଷାକ ପିନ୍ଧି ଦମ୍ପତି ପରି ଦେଖାଯାନ୍ତୁ। କ୍ରେଗଲିଷ୍ଟରେ ଦିଆଯାଇଥିବା ବିଜ୍ଞାପନରେ ଶାଶୁ ଧଳା ପୋଷାକ ପିନ୍ଧିବେ ବୋଲି ମଧ୍ୟ ଲେଖାଯାଇଛି। ଏଥି ସହିତ ଭଡାରେ ଆସିଥିବା ପ୍ରେମିକକୁ ତାଙ୍କ ଶାଶୁଙ୍କ ସହିତ ପର୍ଫେକ୍ଟ ଦମ୍ପତି ପରି ଦେଖାଯିବାକୁ ପଡିବ। ବିଜ୍ଞାପନରେ ପ୍ରେମିକର ବୟସ ମଧ୍ୟ ଉଲ୍ଲେଖ କରାଯାଇଛି। ବୋହୂ ବିଜ୍ଞାପନରେ ଲେଖିଛନ୍ତି ଯେ ତାଙ୍କ ଶାଶୁଙ୍କ ପାଇଁ ୪୦ ରୁ ୬୦ ବର୍ଷ ବୟସ ମଧ୍ୟରେ ପ୍ରେମିକ ଦରକାର। ଏହା ବ୍ୟତୀତ ସେ ଜଣେ ଭଲ ନୃତ୍ୟଶିଳ୍ପୀ ହୋଇଥିବେ, ଭଲ ଭାବେ କଥା ମଧ୍ୟ କହିପାରୁଥିବେ। ଏହି ବିଜ୍ଞାପନ ଭାଇରାଲ ହେବା ପରେ ଲୋକମାନେ ବିଭିନ୍ନ ପ୍ରକାରର ପ୍ରତିକ୍ରିୟା ଦେଉଛନ୍ତି। କେହି କେହି ବୋହୂଙ୍କୁ ପ୍ରଶଂସା କରିଥିବା ବେଳେ କେହି କେହି ଏହି ବିଚାରକୁ ଥଟା କରୁଛନ୍ତି। ଜଣେ ଉପଭୋକ୍ତା କହିଛନ୍ତି, ‘ବହୁତ ଉଚିତ୍ କାରବାର, ଖାଦ୍ୟ ଏବଂ ଭ୍ରମଣ ପାଇଁ ଦରମା ମିଳୁଛି, ଆଉ ଅଧିକ କ’ଣ ହୋଇପାରେ?’

0 Comments

Leave Your Comment

Your email address will not be published. Required fields are marked *

%d bloggers like this: