ଗଛ ମଞ୍ଚାରେ ଆସୋଲେସନରେ ଯୁବକ, ଫଟୋ ଭାଇରାଲ୍

ଗଛ ମଞ୍ଚାରେ ଆସୋଲେସନରେ ଯୁବକ, ଫଟୋ ଭାଇରାଲ୍

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: କେବଳ ସହର ନୁହେଁ, ଗ୍ରାମାଞ୍ଚଳରେ କରୋନା ମାହାମାରୀର ପ୍ରକୋପ ତୀବ୍ର ହେବାରେ ଲାଗିଛି । ଗାଁରେ ଚିକିତ୍ସା ସୁବିଧା ତ ଦୂରର କଥା, ହୋମ୍ ଆସୋଲେସନ୍ ବି ମୁସ୍କିଲ ହୋଇପଡ଼ିଛି । ଦକ୍ଷିଣ ଭାରତରେ ଏକ ମାମଲା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ବ୍ୟକ୍ତି ଘରେ ଜାଗା ଅଭାବରୁ ନିଜକୁ ଆଇସୋଲେସନ କରିବା ପାଇଁ ନିଆରା ଉପାୟ ଆପଣାଇଛନ୍ତି । ଏବଂ ପରିବାର ସଦସ୍ୟ ସଂକ୍ରମଣରୁ ସୁରକ୍ଷିତ ରଖିଛନ୍ତି ।

ତେଲେଙ୍ଗାନାର ନାଲାଗୋଣ୍ଡା ଜିଲ୍ଲାର କୋଠାନନ୍ଦିକୋଡ଼ା ଗାଁର ଯୁବକ ଜଣକ କରୋନା ସଂକ୍ରମିତ ହୋଇଥିଲେ । ଡାକ୍ତର ତାଙ୍କୁ ଘରେ ଅଲଗା ରହିବାକୁ ପରାମର୍ଶ ଦେଇଥିଲେ। ଘରେ କେବଳ ଗୋଟିଏ କୋଠରୀ ଥିଲା, ତେଣୁ ଅସୁସ୍ଥତା ସହ ସଂଗ୍ରାମ କରୁଥିବା ଏହି ଯୁବକ ଜଣକ ନିଜ ଘର ଗଛର ଉପର ମଞ୍ଚା ତିଆରି କରି ରହିଥିଲେ । ୧୮ ବର୍ଷ ବୟସ୍କା ଶିବ ନିଜ ପାଇଁ ଏକ କୋଭିଡ୍ ୱାର୍ଡ ତିଆରି କରିବା ପାଇଁ ବାଉଁଶ ଦଣ୍ଡାର ବ୍ୟବହାର କରିଥିଲେ । ଶିବ ତାଙ୍କ ଘରର ପ୍ରାଙ୍ଗଣରେ ଥିବା ଏକ ଗଛ ଡାଳରେ ବାଉଁଶ ବାନ୍ଧି ଏକ ଶଯ୍ୟା ତିଆରି କରି ତାଙ୍କ ରହିବା , ଶୋଇବା ଓ ଏକାନ୍ତ ବ୍ୟବସ୍ଥା କରିଥିଲେ।

ଶିବ ନାମକ ଏହି ଯୁବକ ହାଇଦ୍ରାବାଦରେ ଅଧ୍ୟୟନ କରନ୍ତି | ଲକଡାଉନ୍ ଯୋଗୁଁ ସେ ନିଜ ଗାଁକୁ ଫେରି ଇନ୍ଦିରା କ୍ରାନ୍ତି ପାଠମ କେନ୍ଦ୍ରରେ କାମ କରିବା ଆରମ୍ଭ କରିଥିଲେ । ଏହି ସମୟରେ ତାଙ୍କୁ ସେ କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଥିଲା । ଘରେ ୪ ଜଣ ପରିବାର ସଦସ୍ୟ ଥିବା ବେଳେ ଏକମାତ୍ର କୋଠୀରେ ଥିଲା । ଯାହାକୁ ନେଇ ପରିବାର ସଦସ୍ୟ ଭୟଭୀତ ଥିଲା | କୌଣସି ସରକାର ଦ୍ୱାରା ନୁହେଁ ବରଂ ଅଗଣାରେ ଥିବା ଏକ ଗଛରେ ନିଜକୁ ଆସୋଲେଟ୍ କରିଥିଲେ ଶିବ । ୨୫ ବର୍ଷୀୟ ଶିବ ଗତ ୧୧ ଦିନ ଧରି ତାଙ୍କ ଘର ସାମ୍ନାରେ ଥିବା ଗଛ ଉପରେ ରହିଥିଲେ । ଭଲ କଥା ହେଉଛି ତାଙ୍କ ଅବସ୍ଥା ମଧ୍ୟ ସୁଧୁରିବାରେ ଲାଗିଛି | ଏଠାରେ ରହୁଥିବା ବାସିନ୍ଦା କହିଛନ୍ତି ଯେ, ଏହି ସ୍ଥାନରୁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (PHC)୫ କିଲୋମିଟର ଦୂରରେ ରହିଥିବା ବେଳେ ଜରୁରୀକାଳୀନ ପରିସ୍ଥିତିରେ ଏହି ବସ୍ତିବାସିନ୍ଦାଙ୍କୁ ସ୍ବାସ୍ଥ୍ୟ ସେବା ପାଇଁ ୩୯ କିଲୋମିଟର ଯାତ୍ରା କରିବାକୁ ପଡ଼ିଥାଏ। ତେବେ ଉକ୍ତ ଯୁବକଙ୍କ ଫଟୋ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବା ସହ ଅନେକ ତାଙ୍କୁ ପ୍ରଶଂସା କରିଛନ୍ତି।

କରୋନା ଜୀବାଣୁ ଯୋଗୁଁ ଦେଶର ଗ୍ରାମାଞ୍ଚଳର ଅବସ୍ଥା ଅତ୍ୟନ୍ତ ଖରାପ। ଏଭଳି ପରିସ୍ଥିତିରେ ଲୋକମାନେ ନିଜକୁ ଏବଂ ନିଜ ପରିବାରକୁ ବିଭିନ୍ନ ଉପାୟରେ ରକ୍ଷା କରିବାରେ ବ୍ୟସ୍ତ ଅଛନ୍ତି। ଚିକିତ୍ସା ଅଭାବରୁ ଲୋକମାନେ ମରୁଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: