ଦ୍ବିତୀୟ ଲହର ଫାଶରେ ଦ୍ବିତୀୟ ଭଗବାନ, ୨୭୦ ମୃତ

ଦ୍ବିତୀୟ ଲହର ଫାଶରେ ଦ୍ବିତୀୟ ଭଗବାନ, ୨୭୦ ମୃତ

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ମାରାତ୍ମକ କରୋନା ଭାଇରସର ଦ୍ବିତୀୟ ଲହରରେ ପ୍ରାଣ ହରାଉଛନ୍ତି  ଦ୍ବିତୀୟ ଭଗବାନ । ଭାରତରେ ପାଖାପାଖି ୨୭୦ ଡାକ୍ତରଙ୍କ ମୁଣ୍ଡ ନେଇସାରିଲାଣି କରୋନା ଭାଇରସ୍ । ମଙ୍ଗଳବାର ଭାରତୀୟ ମେଡିକାଲ ଆସୋସିଏସନ୍ (IMA) ଦେଇଥିବା ସୂଚନା ଅନୁସାରେ, ଦ୍ବିତୀୟ ଲହରରେ  ଦେଶ ୨୭୦ ଡାକ୍ତରଙ୍କୁ ହରାଇଛି । ମଙ୍ଗଳବାର IMAର ପୂର୍ବତନ ଅଧ୍ୟକ୍ଷ ତଥା ଜଣାଶୁଣା ଚିକିତ୍ସକ ଡା.କେ.କେ ଅଗ୍ରଓ୍ବାଲ୍ ଜୀବନ ନେଇଛି ମହାମାରୀ କରୋନା । ଡାକ୍ତର ଅଗ୍ରଓ୍ବାଲ୍ କରୋନା ସଙ୍କଟ କାଳରେ ବହୁ ଗରିବଙ୍କ ସେବା କରିଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, କରୋନା ଦ୍ବିତୀୟ ଲହରରେ ବିହାରରେ ଡାକ୍ତରଙ୍କ ମୃତ୍ୟୁ ସଂଖ୍ୟା ସର୍ବାଧିକ ରହିଛି । ଏଠାରେ କରୋନାର ଦ୍ୱିତୀୟ ଲହରରେ ୭୮ ଜଣ ଡାକ୍ତରଙ୍କ ଜୀବନ ଯାଇଛି । ସେହିଭଳି ଉତ୍ତରପ୍ରଦେଶର ୩୭, ଦିଲ୍ଲୀରେ ୨୯, ଆନ୍ଧ୍ରପ୍ରଦେଶରେ ୨୨ ଏବଂ ଓଡ଼ିଶାରେ  ୧୦ ଜଣ ଡାକ୍ତର କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି । ଆଇଏମଏ ସୂଚନା ଅନୁସାରେ,  ଗତ ବର୍ଷ ପ୍ରଥମ ଲହରରେ କରୋନା ସଂକ୍ରମଣରେ ସାରା ଦେଶରେ ୭୪୮ ଜଣ ଡାକ୍ତରଙ୍କ ମୃତ୍ୟୁ ଘଟିଥିଲା।

   ମହାମାରୀର ଦ୍ୱିତୀୟ ଲହର ବିଶେଷକରି ସ୍ୱାସ୍ଥ୍ୟ କର୍ମୀ ତଥା ଫ୍ରଣ୍ଟ ଲାଇନ୍ କର୍ମଚାରୀଙ୍କ ପାଇଁ ଅଧିକ ଘାତକ ବୋଲି ପ୍ରମାଣିତ ହୋଇଛି।  କାରଣ ସେମାନେ ରୋଗୀଙ୍କ ସହିତ ସିଧାସଳଖ ସମ୍ପର୍କରେ ରୁହନ୍ତି |

0 Comments

Leave Your Comment

Your email address will not be published. Required fields are marked *

%d bloggers like this: