ସୁନ୍ଦର ତ୍ୱଚା ପାଇଁ ପିଆଜ ରସ…

ସୁନ୍ଦର ତ୍ୱଚା ପାଇଁ ପିଆଜ ରସ…

ପ୍ରିଜମ ନ୍ୟୁଜ୍ ବ୍ୟୁରୋ: ଖରା ଦିନେ ଅତ୍ୟଧିକ ସୂର୍ଯ୍ୟ କିରଣ ପାଇଁ ଚେହେରାରେ ସନ୍ ଟ୍ୟାନ, ପ୍ୟାଚେସ୍ ହୋଇ ଅତ୍ୟନ୍ତ ଖରାପ ଦେଖା ଯାଇଥାଏ । ଚେହେରା କଳା ପଡ଼ିଯାଏ ଏବଂ ଦୁର୍ବଳ ଦେଖାଯାଏ । ତେବେ ସବୁ ସପ୍ତାହରେ ପାର୍ଲର ଯାଇ ଫେସିଆଲ୍ କରିବା ସମ୍ଭବ ହୋଇନଥାଏ । ଏମିତିରେ ଲକଡାଉନ୍ ପାଇଁ ପାର୍ଲର ମଧ୍ୟ ବନ୍ଦ ରହିଛି। ହେଲେ ଆମେ ଆପଣଙ୍କୁ କିଛିଟା ସହଜ ଉପାୟ ବିଷୟରେ କହିବୁ ଯାହାକୁ ପ୍ରୟୋଗ କରି ଆପଣ ଖରା ଦିନେ ସୁନ୍ଦର ତ୍ବଚା ପାଇ ପାରିବେ । ଏଥିପାଇଁ ଆପଣଙ୍କୁ ଅଧିକ ଟଙ୍କା ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ। ତେବେ ଚାଲନ୍ତୁ ଜାଣିବା ସେ ବିଷୟରେ କିଛି…

-ପିଆଜ ରସ ସହ ଭିଟାମିନ-ଇ ମିଶାଇ ଏହାକୁ ରାତିରେ ଓଠରେ ଲଗାଇଲେ, ଓଠର କଳାପଣ ଦୂର ହୋଇଥାଏ।

– ଏହାସହ ପିଆଜ ରସକୁ ମୁହଁରେ ଲଗାଇଲେ ମୁହଁରେ ଥିବା କଳାଦାଗ ଦୂର ହୋଇଥାଏ। ୧ ଚାମଚ ପିଆଜ ରସରେ ଚାମଚେ ବେସନ, ଅଳ୍ପ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ସେହି ମିଶ୍ରଣକୁ ମୁହଁରେ ପ୍ୟାକ୍ ଭଳି ଲଗାନ୍ତୁ। ଏହାକୁ ମୁହଁରେ ଲଗାଇବାର ୧୦ରୁ ୧୫ ମିନିଟ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏପରି ସପ୍ତାହକୁ ୩ରୁ ୪ ଥର କରିବା ଦ୍ୱାରା ମୁହଁ ଗୋରା ଓ ଉଜ୍ୱଳ ହୋଇଥାଏ।

– ଯଦି ଆପଣଙ୍କ ତ୍ୱଚାର ଦାଗ ରହିଛି । ତେବେ ନିୟମିତ ଭାବେ ପିଆଜର ଚୋପାକୁ ବ୍ୟବହାର କରି ପେଷ୍ଟ ପ୍ରସ୍ତୁତ କରନ୍ତୁ । ସେଥିରେ ମହୁ ଓ ହଳଦୀ ମିଶାଇ ମୁହଁରେ ଲଗାନ୍ତୁ । ଏହାକୁ ମୁହଁରେ ଲଗାଇ ୧୫ ମିନିଟ୍ ରଖି ଧୋଇ ଦିଅନ୍ତୁ। ଏହା ଦ୍ୱାରା ମୁହଁର ସମସ୍ତ ଦାଗ ଦୂର ହୋଇଥାଏ ।

-ପିଆଜରେ ଭିଟାମିନ ଏ, ସି, ଇ ଥିବାରୁ ସୂର୍ଯ୍ୟଙ୍କ ଠାରୁ ଆସୁଥିବା ଅତି ବାଇଗଣୀ ରଶ୍ମିକୁ ପ୍ରତିହତ କରିବା ସହ ଚର୍ମକୁ ବାହ୍ୟ ସଂକ୍ରମଣରୁ ରକ୍ଷା କରିବା ସହ ଉଜ୍ୱଳ କରିଥାଏ।

– ଏହା ବ୍ୟତୀତ ଅଳ୍ପ ନଡ଼ିଆ ତେଲରେ ଚାମଚେ ପିଆଜ ରସ ଓ ଦୁଇ ତିନି ଟୋପା ଲେମ୍ବୁ ରସ ମିଶାଇ  ତ୍ଵଚାରେ ଲଗେଇବା ଦ୍ଵାରା ସନ୍ ଟ୍ୟାନ୍ ଦୂର ହେବା ସହ ତ୍ଵଚା ହାଇଡ୍ରେଡ୍ ହୋଇଥାଏ।

– ସେହିଭଳି ଯଦି ତ୍ୱଚାରେ ପ୍ୟାଚେସ ପଡ଼ିଛି । ତେବେ ଅଳ୍ପ ଚାଉଳ ଗୁଣ୍ଡରେ ପିଆଜ ରସ, ଟମାଟୋ ରସ, ଭିଟାମିନ – ଇ ଓ ମହୁ ମିଶାଇ ସ୍କ୍ରବ୍ ପ୍ୟାକ୍ ଭାବେ ବ୍ୟବହାର କରନ୍ତୁ ଲାଭ ମିଳିବ। ତେବେ ଏହି ସବୁ ଉପାୟ କରିବା ପୂର୍ବରୁ ଆପଣଙ୍କ ତ୍ଵଚାକୁ ସୁହାଉଛି କି ନାହିଁ ପ୍ରଥମେ ପରୀକ୍ଷା କରି ଦେଖନ୍ତୁ । ଯଦି ଆପଣଙ୍କ ତ୍ବଚାରେ କୌଣସି ଇମ୍ଫେକସନ୍ ହେଉନ, ତାହାଲେ ଏହାକୁ ବ୍ୟବାହର କରନ୍ତୁ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: