ସୈନ୍ୟଙ୍କୁ ଦିଆଯାଏ ସେକ୍ସ ଥେରାପି, କାହିଁକି ଏପରି କରାଯାଏ ଜାଣନ୍ତୁ…

ସୈନ୍ୟଙ୍କୁ ଦିଆଯାଏ ସେକ୍ସ ଥେରାପି, କାହିଁକି ଏପରି କରାଯାଏ ଜାଣନ୍ତୁ…

ପ୍ରିଜମ ନ୍ୟୁଜ ବ୍ୟୁରୋ: ଆପଣ ବିଭିନ୍ନ ଥେରାପି କଥା ଶୁଣି ଥିବେ । ହେଲେ କେବେ ଆହତ ରୋଗୀକୁ ଠିକ୍ କରିବା ପାଇଁ ସେକ୍ସ ଥେରାପି ଦିଆଯିବା କଥା ଶୁଣିଛନ୍ତି କି? ଏହି ବିବାଦୀୟ ଥେରାପି ବିଶ୍ୱର ଅନେକ ସ୍ଥାନରେ ବେଶ ପ୍ରସିଦ୍ଧ ଲାଭ କରିଛି। ସମ୍ପ୍ରତି, ଇସ୍ରାଇଲ୍ ସୈନିକମାନଙ୍କୁ ଏହି ଥେରାପି ଦିଆଯାଉଥିବା ଖବର ବହୁତ ହଇଚଇ ସୃଷ୍ଟି କରିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଇସ୍ରାଇଲର ସୈନିକମାନଙ୍କୁ ଦିଆଯାଇଥିବା ସେକ୍ସ ଥେରାପି ସରକାରୀ ଖର୍ଚ୍ଚରେ ଉପଲବ୍ଧ ହେଉଛି।
କେବଳ ଇସ୍ରାଇଲ ନୁହେଁ, ବିଶ୍ଵର ଆହୁରି ଅନେକ ଦେଶରେ ରୋଗୀମାନଙ୍କୁ ଏହି ସେକ୍ସ ଥେରାପି ଦିଆଯାଏ। ଏଥିରେ ରୋଗୀ ସହିତ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରଖାଯାଏ, ଯାହା ରୋଗୀର ଯୌନ କ୍ଷମତା ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ। ଏହା ଏକ ବିବାଦୀୟ ଚିକିତ୍ସା ପଦ୍ଧତି ହୋଇଥିବା ସତ୍ତ୍ଵେ ଇସ୍ରାଇଲର ଅନେକ ଆହତ ସୈନିକଙ୍କୁ ଏହି ଚିକିତ୍ସା ଦିଆଯାଉଛି। ଏହି ସୈନିକମାନେ ଯୁଦ୍ଧରେ ଗୁରୁତର ଆହତ ହେବା ପରେ ଡାକ୍ତରଖାନା ଶଯ୍ୟାରେ ପଡ଼ି ରହିଛନ୍ତି । ବର୍ତ୍ତମାନ ସେମାନଙ୍କୁ ଭଲ କରିବା ପାଇଁ ସେକ୍ସ ଥେରାପି ଦିଆଯାଉଛି। ଇସ୍ରାଇଲ୍ ସେକ୍ସ ଥେରାପିଷ୍ଟ ରୋନିଟ୍ ଆଲୋନି ବ୍ୟାଖ୍ୟା କରିଛନ୍ତି ଏହି ଥେରାପି କ’ଣ? ଏଥିରେ ରୋଗୀର କୋଠରୀରେ ଏକ ଶଯ୍ୟା, ସିଡ୍ ପ୍ଲେୟାର ଏବଂ କାନ୍ଥରେ କାମୁକ ପେଣ୍ଟିଂ ରଖାଯାଇଥାଏ । ଏହି ଥେରାପି ସେହି ସୈନିକମାନଙ୍କୁ ଦିଆଯାଏ, ଯେଉଁମାନେ ଯୁଦ୍ଧରେ ଆହତ ହେବା ପରେ ସେମାନଙ୍କ ଯୌନ କ୍ଷମତା ହରାଇଥାନ୍ତି। ଥେରାପିରେ ରୋଗୀମାନଙ୍କୁ ପୁନର୍ବାର ଶାରୀରିକ ସମ୍ପର୍କ ରଖିବାକୁ ଶିକ୍ଷା ଦିଆଯାଏ।
ଏହି ଥେରାପି ବହୁତ ଲାଭଦାୟକ ବୋଲି କୁହାଯାଏ। ଏହି ଥେରାପି ଯୋଗୁଁ ଅନେକ ସୈନିକ ଶୀଘ୍ର ସୁସ୍ଥ ହୋଇଯାନ୍ତି। କିନ୍ତୁ ଅନେକ ଲୋକ ଏହାକୁ ବିରୋଧ କରିଥାନ୍ତି। ସେମାନେ କହିଛନ୍ତି ଯେ, ଏହି ଥେରାପି ବେଶ୍ୟବୃତି ପରି। ଏହାକୁ ବ୍ୟାନ୍ କରାଯିବା ଉଚିତ୍ ବୋଲି ଅନେକ କୁହନ୍ତି। ସବୁଠୁ ବଡ କଥା ହେଉଛି ଏହି ଥେରାପି ପାଇଁ ଯାଉଥିବା ଝିଅମାନଙ୍କୁ ସରକାର ଅର୍ଥ ଦିଅନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: