ମମିତା ମେହେର ହତ୍ୟା ଘଟଣା : DGPଙ୍କୁ ଭେଟି SIT ତଦନ୍ତ ଦାବି କଲା କଂଗ୍ରେସ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବହୁ ଚର୍ଚ୍ଚିତ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ଗିରଫ ହୋଇ ବିଚାର ବିଭାଗୀୟ ହାଜତରେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଜାମିନ ଆବେଦନ କରିଛି । ଗୋବିନ୍ଦ ସାହୁଙ୍କ ଓକିଲ ମୋହନ ଶର୍ମା ଆବେଦନ କରିଥିବା ବେଳେ ଆସନ୍ତା ୬ ତାରିଖ ଜାମିନ ଆଦେବନ ଶୁଣାଣି ପାଇଁ କୋର୍ଟ ତାରିଖ ଧାର୍ଯ୍ୟ କରିଥିବା ଜଣା ପଡିଛି । ବଙ୍ଗୋମୁଣ୍ଡା ଜେଏମଏଫସି କୋର୍ଟରେ ଆବେଦନ ଖାରଜ ହେବା ପରେ ଗୋବିନ୍ଦଙ୍କ ଓକିଲ ଉପର କୋର୍ଟ ଅର୍ଥାତ କଣ୍ଟାବାଞ୍ଜି ଏଡିଜେ କୋର୍ଟରେ ଆବେଦନ କରିଛନ୍ତି । ଅନ୍ୟ ପକ୍ଷରେ ମାମିତଙ୍କୁ ନ୍ୟାୟ ଦାବିରେ ଶୀତ ଅଧିବେଶନର ପ୍ରଥମ ଓ ଦ୍ବିତୀୟ ଦିନରେ ହଟଗୋଳ କରିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେପି। ଅନ୍ୟପକ୍ଷରେ ଆନ୍ଦୋଳନକୁ ଆହୁରି ଜୋରଦାର କରିବାକୁ ପ୍ରସ୍ତୁତ ହୋଇଥିବା ବିଜେପି ଆସନ୍ତା ୯ ତାରିଖରେ ବିଧାନସଭା ଘେରିବାକୁ ନିଷ୍ପତ୍ତି ନେଇଛି।ବିଜେପି ଯୁବମୋର୍ଚ୍ଚା ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରିବାକୁ ନିଷ୍ପତ୍ତି ନେଇଛି। ଯେ ପର୍ଯ୍ୟନ୍ତ ମମିତା ମେହେରଙ୍କୁ ନ୍ୟାୟ ନ ମିଳିଛି, ଯେ ପର୍ଯ୍ୟନ୍ତ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ସରକାର ବହିଷ୍କାର ନ କରିଛନ୍ତି, ଯେତେ ଦିନ ପର୍ଯ୍ୟନ୍ତ ସରକାର ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ଗିରଫ ନ କରିଛନ୍ତି ଓ ସିବିଆଇ ତଦନ୍ତ ନିର୍ଦ୍ଦେଶ ନ ଦେଇଛନ୍ତି, ସେତେଦିନ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ ବୋଲି କୁହାଯାଇଛି। ମାମିତାକୁ ନ୍ୟାୟ ଦାବିରେ ଆଜି DGPଙ୍କୁ ଭେଟିଛନ୍ତି ଗଂଗ୍ରେସ ବିଧାୟକ ଦଳ। DGPଙ୍କୁ ଭେଟି ଗଂଗ୍ରେସ ବିଧାୟକ ଦଳ SIT ତଦନ୍ତ ଦାବି କରିଛି।ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ମମିତା ପ୍ରସଙ୍ଗରେ SIT ତଦନ୍ତ ପାଇଁ DGP ଅନୁରୋଧ କରନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଦାବି ରଖାଯାଇଛି ।କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏନେଇ କହିଛନ୍ତି ଯେ, ପୋଲିସ ଦେଇଥିବା ରିପୋର୍ଟରେ ଅନେକ ସାଙ୍ଘାତିକ କଥା ଉଲ୍ଲେଖ ଅଛି ହେଲେ ସେସବୁ ଦିଗରେ ତଦନ୍ତ କରିନାହିଁ । ମମିତା ପ୍ରସଙ୍ଗକୁ ଆଡେଇବା ପାଇଁ ରାଜ୍ୟ ସରକାରଙ୍କୁ ପୋଲିସ ସହଯୋଗ କରିଛି । ବିଧାନସଭାରେ BJD ନାଟକ କରୁଛି । ଦରଦାମକୁ କେନ୍ଦ୍ର କରି ମମିତା ପ୍ରସଙ୍ଗକୁ ଲୁଚାଇବା ପାଇଁ BJD ଚେଷ୍ଟା କରୁଛି ।

Leave a Reply

Your email address will not be published. Required fields are marked *