୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ଅବପାତ, କଲିଠୁ ଭାରି ବର୍ଷା

୨୪ ଘଣ୍ଟାରେ ବାତ୍ୟାର ରୂପ ନେବ ଅବପାତ, କଲିଠୁ ଭାରି ବର୍ଷା

ପ୍ରିଜମ ନ୍ୟୁଜ ବ୍ୟୁରୋ: ସମ୍ଭାବ୍ୟ ବାତ୍ୟା ଜୱାଦକୁ ନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଛି ଗୁରୁତ୍ୱପୂର୍ଣ୍ଣ ସୂଚନା। ସୂଚନା ଅନୁଯାୟୀ ୱେଲ ମାର୍କଡ୍‌ ଲୋ ପ୍ରେସରରେ ପରିଣତ ହୋଇଛି ଲଘୁଚାପ। ୧୨ ଘଣ୍ଟାରେ ଏହା ଅବପାତ ରୂପ ନେବାସହ ୨୪ ଘଣ୍ଟାରେ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ୩ତାରିଖରୁ ଓଡ଼ିଶା ଏବଂ ଆନ୍ଧ୍ର ଉପକୂଳରେ ପବନର ବେଗ ବଢ଼ିବ ବୋଲି ଜଣାପଡିଛି। ୪ ତାରରିଖ ସକାଳେ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ବାତ୍ୟା ଛୁଇଁବା ସମ୍ଭାବନା ରହିଛି।୪ରେ ଉପକୂଳ ଓଡିଶାରେ ସର୍ବାଧିକ ପ୍ରଭାବ ସହ ୪ ଜିଲ୍ଲା ଗଜପତି, ଗଂଜାମ, ପୁରୀ ଓ ଜଗତସିଂହପୁରକୁ ରେଡ୍ ଓ୍ବାର୍ଣ୍ଣିଂ ଜାରି କରାଯାଇଛି। ଲ୍ୟାଣ୍ଡ ଫଲ ସମୟରେ ପବନର ବେଗ ୮୦-୯୦ କିମି ରହିବା ସବ ଝଟକା ପବନ ୧୦୦ ଛୁଇଁବା ସମ୍ଭାବନା ରହିଛି। ୩ ରୁ ୫ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ମନା କରାଯାଇଛି। ଅନ୍ୟ ପକ୍ଷରେ ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ନେଇ ଅଗ୍ନିଶମ ବିଭାଗ ପ୍ରସ୍ତୁତି କରିଛି। ମୁକାବିଲା ପାଇଁ ମୋଟ ୪୭ଟି ସ୍ୱତନ୍ତ୍ର ଏନଫୋର୍ସମେଣ୍ଟ ଟିମ ଗଠିନ କରାଯାଇଛି। ଆଜି ଅପରାହ୍ନରେ ସମ୍ବଲପୁର ରେଞ୍ଜରୁ ୨୫ଟି ଟିମ ଆସି କଟକ ନରାଜ ଅଗ୍ନିଶମ କାର୍ଯ୍ୟାଳୟରେ ପହଞ୍ଚିବେ ବୋଲି ଜଣାପଡିଛି। ବାଲେଶ୍ଵର ରେଞ୍ଜ ରେ ୧୨ଟି ଟିମ ସଜାଗ ରହିଛନ୍ତି। ଯେଉଁ ଜିଲ୍ଲାରେ ବାତ୍ୟା ସ୍ଥଳ ଭାଗ ଛୁଇଁବ ସେଠାକୁ ଅଧିକ ଟିମ ପଠାଯିବ। ରାଜ୍ୟର ୩୩୯ଟି ଅଗ୍ନିଶମ କେନ୍ଦ୍ରରେ ଗୋଟିଏ ଲେଖାଏଁ ଟିମ ସଜାଗ ରହିଛନ୍ତି। ଏନେଇ ବରିଷ୍ଠ ଅଧିକାରୀ ମହେଶ୍ବର ସ୍ୱାଇଁ ସୂଚନା ଦେଇଛଗୋଟିଏସେପଟେ ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । IMD ଡିଜି, NDRF ଓ ODRAF ମୁଖ୍ୟଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ବାତ୍ୟା ଦ୍ବାରା ପ୍ରଭାବିତ ହେବାକୁ ଥିବା ୩ ରାଜ୍ୟ ଓଡିଶା, ଆନ୍ଧ୍ର ଓ ପଶ୍ଚିମବଙ୍ଗର ଅଧିକାରୀଙ୍କ ସହ ମଧ୍ୟ ଆଲୋଚନା ହୋଇଛି । ଲୋକଙ୍କୁ ସ୍ଥାନାନ୍ତରଣ ନେଇ ଆଲୋଚନା କରାଯାଇଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: