ବଦଳିଲେ ୩୧ବ୍ଲକର ବିଡିଓ

ବଦଳିଲେ ୩୧ବ୍ଲକର ବିଡିଓ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ପଂଚାୟତ ନିର୍ବାଚନ ପୂର୍ବରୁ ବଦଳିଲେ ୩୧ଜଣ ବିଡିଓଙ୍କ ସମେତ ୪୫ଜଣ ଓଏଏସ ଅଫିସର। ଏହି ଅଧିକାରୀଙ୍କ ବଦଳି କରିଛନ୍ତି ରାଜ୍ୟ ସରକାର। ଆଜି ପଂଚାୟତିରାଜ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଦୁଇଟି ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ଏହି ୪୫ଜଣ ଓଏଏସ୍ ଅଫିସରଙ୍କ ବଦଳି ବିଷୟରେ ସୂଚନା ମିଳିଛି।
ପଞ୍ଚାୟତିରାଜ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତିରେ ମୋଟ ୩୧ଟି ବ୍ଲକରେ ନୂଆ ବିଡିଓଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ଅନ୍ୟ ୭ଜଣ ଓଏଏସଙ୍କୁ ତହସିଲଦାର ଓ ଡେପୁଟି କଲେକ୍ଟର ଭାବେ ନିଯୁକ୍ତ କରାଯାଇଛି। ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ନୂଆଦିଲ୍ଲୀରେ ଯୁଗ୍ମ ଆବାସିକ କମିଶନର ପ୍ରେମଜିତ୍ ନାୟକଙ୍କୁ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଥିବା ବେଳେ ହେମନ୍ତ କୁମାର ସିଂଙ୍କୁ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ପୁଣ୍ୟରଞ୍ଜନ ପୃଷ୍ଟିଙ୍କୁ ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ, ଶ୍ରୀରାମ କ୍ରିଷ୍ଣାଙ୍କୁ ନୂଆଦିଲ୍ଲୀସ୍ଥିତ ଯୁଗ୍ମ ଆବାସିକ କମିଶନର, ନୀଳମାଧବ ଭୋଇଙ୍କୁ ଛତ୍ରପୁର ଉପଜିଲ୍ଲାପାଳ, ସରୋଜ କୁମାର ଦାଶଙ୍କୁ ରାଇରଙ୍ଗପୁର ଉପଜିଲ୍ଲାପାଳ ଓ ଦେବଦତ୍ତ ମହାନ୍ତିଙ୍କୁ କରଞ୍ଜିଆ ଆଇଟିଡିଏ ପ୍ରକଳ୍ପ ଅଧିକାରୀ ଭାବେ ନିଯୁକ୍ତି ଦିଆଯାଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: