ପଞ୍ଚାୟତ ନିର୍ବାଚନ ହିଂସା ନେଇ  ଫେରାଦ ହେଲା କଂଗ୍ରେସ

ପଞ୍ଚାୟତ ନିର୍ବାଚନ ହିଂସା ନେଇ ଫେରାଦ ହେଲା କଂଗ୍ରେସ

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖେ ଫେରାଦ ହେଲା କଂଗ୍ରେସ। ଚଳିତ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ବେଳେ ଉଭୟ ବିଜେଡି ବିଜେପି ସମର୍ଥିତ ଗୁଣ୍ଡାମାନଙ୍କ ଦ୍ୱାରା ସଙ୍ଗଠିତ ହିଂସା,ବୋମାମାଡ଼,ବୁଥ ରିଗିଂ, ଭୋଟ ବାକ୍ସ ଲୁଟ ଆଦି ଘଟଣାରେ ରାଜ୍ୟ ନିର୍ବାଚନ କମିଶନଙ୍କ ପାଖରେ ଫେରାଦ ହୋଇଛି କଂଗ୍ରେସ। ବୁଥ ରିଗିଂ ଭଳି ଅପରାଧୀଙ୍କ କାର୍ଯ୍ୟକଳାପରେ ସମ୍ପୃକ୍ତ ଗୁଣ୍ଡାମାନଙ୍କୁ ଗିରଫ କରିବା ସହିତ ଏହି ବୁଥ ଗୁଡିକରେ ପୁନଃ ମତଦାନ ପାଇଁ ଦାବି କରିଛି କଂଗ୍ରେସ। ଆଜି ପ୍ରଦେଶ କଂଗ୍ରେସର ଏକ ୬ ଜଣିଆ ଉଚ୍ଚ ପ୍ରତିନିଧି ଦଳ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପାଖରେ ଅଭିଯୋଗ କରି କହିଛନ୍ତି ।ଲୋକେ ଏହାର ବିରୋଧ କରି ପ୍ରିଜାଇଡିଂ ଅଫିସର ଓ ପର୍ଯ୍ୟବେକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସେମାନେ କୌଣସି ପ୍ରକାରର କାର୍ୟ୍ଯନୁଷ୍ଠାନ ଗ୍ରହଣ କଲେ ନାହିଁ। ଘଟଣାର ସମ୍ପର୍କରେ ସ୍ଥାନୀୟ ପୋଲିସ କୁ ଅଭିଯୋଗ କରାଯାଇଛି କିନ୍ତୁ ପୋଲିସ ଚୁପ।ଘଷିପୁରା ବିଧାୟକ ଓ ତାଙ୍କ ପୁତ୍ରମାନଙ୍କର ଷଡ଼ଯନ୍ତ୍ର କ୍ରମେ ଏହି ବେଆଇନ କାମ କରାଯାଇଛି।ଏଣୁ ଉଭୟ ବିଜେଡି ବିଧାୟକ ଓ ତାଙ୍କ ପୁତ୍ର ସମେତ ସରପଞ୍ଚ ପାର୍ଥି ପ୍ରଦୀପ୍ତ ସାହୁ ଓ ତାଙ୍କର ସମର୍ଥକ ଯେଉଁମାନେ ଏହି ଘଟଣାରେ ସମ୍ପୃକ୍ତ ତାଙ୍କୁ ଗିରଫ କରିବା ସହ ଏହି ବୁଥ ଗୁଡିକରେ ପୁନଃ ମତଦାନ ପାଇଁ ନିର୍ଦେଶ ଦେବାକୁ ଦାବି ଜଣାଇଛି|,(ପିଡ଼ିଡିଆରଡିଏ)ଖୋଲା ଖୋଲି ଭାବେ ବିଜେଡି ପାଇଁ କାର୍ଯ୍ୟ କରୁଛନ୍ତି। ରିଗିଂ ଘଟଣାରେ ସମ୍ପୃକ୍ତ ଅପରାଧୀ ମାନଙ୍କୁ ତୁରନ୍ତ ଗିରଫ ସହ ଏ ସବୁ ବୁଥରେ ପୁନଃ ମତଦାନ କରାଯିବା ପାଇଁ ନିର୍ଦେଶ ଦେବାକୁ ଆୟୋଗଙ୍କୁ ଅନୁରୋଧ କରିଛି ଦଳ।ତ୍ୱରିତ ଓ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ହେଲେ ଆଗାମୀ ପର୍ଯାୟ ମତଦାନ ଦିନ ଗୁଡିକରେ ହିଂସା ବଢ଼ାଇବା ଦିଗରେ ପ୍ରୋସ୍ଛାହନ ଦେଲା ଭଳି ହେବ।ତେଣୁ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛି ଦଳ।ଏହି ୬ ଜଣିଆ ପ୍ରତିନିଧି ମଣ୍ଡଳିରେ ପିସିସି ବରିଷ୍ଠ ଉପସଭାପତି ଶିବାନନ୍ଦ ରାୟ,ମୁଖପାତ୍ର ମନୋଜ ମହାପାତ୍ର,ରଜନୀ କୁମାର ମହାନ୍ତି,ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ୟାଶୀର ନୱାଜ,କଂଗ୍ରେସ ନେତା ଶାନ୍ତନୁ ସାହୁ ଓ ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଉପସ୍ଥିତ ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: