କାଠଗଡାରେ ଆଲିଆ, ସଞ୍ଜୟ

କାଠଗଡାରେ ଆଲିଆ, ସଞ୍ଜୟ

ପ୍ରିଜିମ ନ୍ୟୁଜ ବ୍ୟୁରୋ : ଅଡୁଆରେ ପଡିଲେ ବଲିଉଡ୍‌ର ଚୁଲବୁଲି ନାୟିକା ଆଲିଆ ଭଟ୍ଟ। ତାଙ୍କ ଅଭିନୀତ ଫିଲ୍ମ ‘ଗଙ୍ଗୁବାଈ କାଠିଆବାଡି’କୁ ନେଇ ତାଙ୍କୁ ବିବାଦର ସାମ୍‌ନା କରିବାକୁ ପଡିଛି। ତାଙ୍କ ସହ ଚଳଚ୍ଚିତ୍ର ନିର୍ଦ୍ଦେଶକ ସଞ୍ଜୟ ଲିଲା ଭଁସାଲୀଙ୍କ ନାମରେ ମଧ୍ୟ ମାମଲା ରୁଜୁ ହୋଇଛି । ମୁଭିର ଟ୍ରେଲର୍‌ ରିଲିଜ୍‌ ହେବା ପରଠାରୁ ଦୁହିଁଙ୍କ ଅଡୁଆ ବଢିଯାଇଛି। ଚଳଚ୍ଚିତ୍ରରେ ଗଙ୍ଗୁବାଈଙ୍କ ଚରିତ୍ରକୁ ଖରାପ ଚିତ୍ରଣ କରାଯାଇଛି। ଗଙ୍ଗୁବାଈଙ୍କୁ ଜଣେ ସାମାଜିକ କର୍ମୀ ବଦଳରେ ଦେହଜୀବୀ ଦର୍ଶାଯାଇଥିବା ଅଭିଯୋଗ ହୋଇଛି। ଗଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଏବଂ ତାଙ୍କ ନାତୁଣୀ ଭାରତୀ ସିନେମାର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି। ସେ ମୁମ୍ବାଇର ଏକ କୋର୍ଟରେ ଆଲିଆ ଏବଂ ସଞ୍ଜୟଙ୍କ ନାମରେ ମାମଲା ରୁଜୁ କରିଛନ୍ତି। ବାବୁଙ୍କ ଅଭିଯୋଗ ଅନୁଯାୟୀ, ଫିଲ୍ମ ନିର୍ମାଣବେଳେ ତାଙ୍କ ପରିବାରଠାରୁ କୌଣସି ଅନୁମତି ନିଆଯାଇ ନ ଥିଲା। ପୂର୍ବରୁ ଯେତେବେଳେ ଗଙ୍ଗୁବାଈଙ୍କ ଉପରେ ବହି ଲେଖାଯାଇଥିଲା ସେତେବେଳେ ମଧ୍ୟ ଅନୁମତି ନେଇ ନ ଥିଲେ। ମୁଭିରେ ଗଙ୍ଗୁବାଈଙ୍କ ଚରିତ୍ର ପାଇଁ ତାଙ୍କ ପରିବାରର ସମସ୍ୟା ବଢିଯାଇଛି। ପରିବାରକୁ ମୁମ୍ବାଇରେ ବାରମ୍ବାର ଘର ବଦଳାଇବାକୁ ପଡୁଛି ବୋଲି ସେ କହିଛନ୍ତି। ସୂଚନା ମୁତାବକ, ୨୦୨୨ରେ ଫିଲ୍ମର ପ୍ରଥମ ପ୍ରୋମୋ ରିଲିଜ୍‌ ହେବା ସମୟରେ ବାବୁ ଚଳଚ୍ଚିତ୍ର ବିରୋଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ। ସେତେବେଳେ ଆଲିଆ ଏବଂ ସଞ୍ଜୟଙ୍କୁ ଲିଗାଲ ନୋଟିସ୍‌ ପଠାଯାଇଥିଲା। କିନ୍ତୁ ପରେ ବମ୍ବେ ହାଇକୋର୍ଟ ଫିଲ୍ମ ରିଲିଜ୍‌ ଉପରେ ରୋକ ଲଗାଇବାକୁ ମନା କରିଦେଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: