ରାଜ୍ୟରେ ୬କୋଟି ଟପିଲା ଟିକାକରଣ

ରାଜ୍ୟରେ ୬କୋଟି ଟପିଲା ଟିକାକରଣ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଟିକାକରଣ କ୍ଷେତ୍ରରେ ପୁଣି ରେକର୍ଡ କରିଛି ଓଡ଼ିଶା। ୨୦୨୧ ଜାନୁୟାର୍ରୀ ଠାରୁ ଆରମ୍ଭ ହୋଇଥିବା ଟିକାକରଣ ଏବେ ୬କୋଟି ୨୮ ହଜାର ୬୩ ଡୋଜ୍‌ ଟିକା ଦିଆଯାଇଥିବା ଶୁକ୍ରବାର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥି ମଧ୍ୟରୁ ୩କୋଟି ୨୬ଲକ୍ଷ ୧୪୬ଟି ପ୍ରଥମ ଡୋଜ୍‌ ଦିଆଯାଇଥିବାବେଳେ ୨କୋଟି ୬୬ଲକ୍ଷ ୬୬ ହଜାର ୨୭୯ଟି ଉଭୟ ଡୋଜ୍‌ ଟିକା ଦିଆଯାଇଛି। ସେହିପରି ରାଜ୍ୟରେ ଏଯାବତ୍‌ ୭ଲକ୍ଷ ୬୧ହଜାର ୬୩୮ଜଣ ପ୍ରିକସନ୍‌ ଡୋଜ୍‌ ନେଇଥିବା ସୂଚନା ଦିଆଯାଇଛି। ଟିକାକରଣରେ ରାଜ୍ୟର ଏହି ସଫଳତାକୁ ନେଇ ସ୍ବାସ୍ଥ୍ୟ ବିଭାଗ ଶୁଭେଚ୍ଛା ଜଣାଇଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: