ଅପହୃତା ନାବାଳିକାଙ୍କ ଉଦ୍ଧାର ପାଇଁ କମିଶନରେଟ ପୋଲିସ୍ ଆରମ୍ଭ କଲା ‘ପ୍ରାରମ୍ଭ’

ଅପହୃତା ନାବାଳିକାଙ୍କ ଉଦ୍ଧାର ପାଇଁ କମିଶନରେଟ ପୋଲିସ୍ ଆରମ୍ଭ କଲା ‘ପ୍ରାରମ୍ଭ’

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଅପହରଣ ହେଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଆରମ୍ଭ ହେଲା ‘ପ୍ରାରମ୍ଭ’ ଯୋଜନା । ପ୍ରତିବର୍ଷ ଭୁବନେଶ୍ୱରରେ ୩ ଶହରୁ ଅଧିକ ଅପହରଣ ମାମଲା ରୁଜୁ ହେଉଛି । ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ଏହି ପ୍ରାରମ୍ଭ ଯୋଜନା ଆରମ୍ଭ କରିଛି । କମିଶନରେଟ ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣା ପଡ଼ିଛି ଯେ,ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକା ମାନଙ୍କୁ ଅପହରଣ କରାଯାଉଛି । ଯାହାକି ପୋଲିସ ପାଇଁ ଏକ ବଡ ଚାଲେଞ୍ଜ ସୃଷ୍ଟି କରୁଛି। ଗତ ୬ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ସେଲ ଦ୍ୱାରା ଟ୍ଵିନସିଟିରୁ ୨୪୧ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଏହାସହ ୨୯୫ଟି ଅପହରଣ ମାମଲାର ତଦନ୍ତ ଶେଷ ହୋଇଛି । ଏହାସହ ସୋସିଆଲ ମିଡ଼ିଆ ମାଧ୍ୟମରେ ମଧ୍ୟ ଲୋକଙ୍କୁ ଏନେଇ ସଚେତନ କରାଯିବ। ଦରକାର ପଡିଲେ ସ୍କୁଲ ଓ କଲେଜ ମାନଙ୍କରେ ପୋଲିସ ପକ୍ଷରୁ କର୍ମଶାଳା କରାଯିବ ବୋଲି କୁହାଯାଇଛି । ‘ପ୍ରାରମ୍ଭ’ ଯୋଜନାରେ ଅଭିଯୋଗ କରିବା ପାଇଁ ପୋଲିସ ହେଲ୍ପ ଲାଇନ ନମ୍ବର ୨୫୪୫୪୪୫ ଜାରି କରିଛି । ଯଦି ଅପହରଣ ସମ୍ବନ୍ଧିତ କିଛି ଘଟଣା ନଜରକୁ ଆସେ ବା କାହାକୁ ଅପହରଣ କରାଯାଇଥାଏ ତେବେ ଏହି ନମ୍ୱରରେ ଯୋଗାଯୋଗ କରି ପାରିବେ । ଫୋନ କଲ୍ ପାଇବା ପରେ କାର୍ଯ୍ୟନୁଷ୍ଠାନ ଆରମ୍ଭ ହେବ ବୋଲି କୁହାଯାଇଛି। ତେବେ ଏହି ନମ୍ବରଟି କେବଳ ଭୁବନେଶ୍ୱର ପାଇଁ ଉପଲବ୍ଧ ହେବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: