ପାକିସ୍ତାନକୁ ଝଟକା: ଋଣ ଦେବାକୁ ମନାକଲା ଆଇଏମଏଫ

ପାକିସ୍ତାନକୁ ଝଟକା: ଋଣ ଦେବାକୁ ମନାକଲା ଆଇଏମଏଫ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଇମ୍ରାନ ଖାନ ସରକାରଙ୍କୁ ଲାଗିଛି ଶକ୍ତ ଝଟକା। ଆର୍ଥିକ ଭାବେ କଙ୍ଗାଳ ହୋଇଥିବା ପାକିସ୍ତାନକୁ ଋଣ ଦେବାକୁ ମନାକରି ଦେଉଛି ଇଣ୍ଟରନ୍ୟାସନାଲ ମଣିଟାରି ଫଣ୍ଡ (IMF)। ଆତଙ୍କବାଦୀ ସଂଗଠନ ତାଲିବାନକୁ ସମର୍ଥନ କରିବାର ଫଳ ଭୋଗିବାକୁ ପଡିଛି ପାକିସ୍ତାନକୁ। ୬ଶହ କୋଟି ଡଲାର ଋଣ ଯୋଗାଇ ଦେବାକୁ ଇମ୍ରାନ ସରକାର ଆଇଏମଏଫକୁ ନିବେଦନ କରିଥିଲେ।
ଗତ ୪ମାସ ହେଲା ଏନେଇ ଆଇଏମଏଫ ଓ ପାକିସ୍ତାନ ସରକାର ମଧ୍ୟରେ ଆଲୋଚନା ମଧ୍ୟ ଜାରି ରହିଥିଲା। କିନ୍ତୁ ଏବେ ଆଇଏମଏଫ ଋଣ ଦେବାକୁ ମନା କରିବାରୁ ପାକିସ୍ତାନକୁ ଶକ୍ତ ଆଘାତ ଲାଗିଛି। କରଜରେ ବୁଡି ରହିଥିବା ପାକିସ୍ତାନର ଶେଷ ସାହାରା ଥିଲା ଆଇଏମଏଫ। କେବଳ ସେତିକି ନୁହେଁ, ପ୍ରଥମ କିସ୍ତି ସ୍ୱରୂପ ପାଇବାକୁ ଥିବା ଶହେ କୋଟି ଡଲାରକୁ ମଧ୍ୟ ଆଇଏମଏଫ ବାତିଲ କରିଦେଇଛି।
ଏହା ପୂର୍ବରୁ ପାକିସ୍ତାନର ସହଯୋଗୀ ରାଷ୍ଟ୍ର ସାଉଦି ଆରବ ଓ ଚୀନ୍‌ ମଧ୍ୟ ସହଯୋଗ କରିବାକୁ ମନା କରିଦେଇଛି। ଋଣ ଲାଗି ଆଇଏମଏଫ କର୍ତ୍ତୃପକ୍ଷଙ୍କୁ ମନେଇବା ଲାଗି ପାକ୍‌ ଅର୍ଥ ସଚିବ ୱାସିଂଟନରେ ଦୀର୍ଘ ସମୟରୁ ଡେରା ପକାଇଥିଲେ। କିନ୍ତୁ ପାକିସ୍ତାନର କୌଣସି ଟ୍ରିକ କାମ ଦେଲା ନାହିଁ କହିଲେ ଚଳେ। ତେବେ ଆର୍ଥିକ ଭାବେ କଙ୍ଗାଳ ହୋଇ ପଡିଥିବା ପାକିସ୍ତାନରେ ଖାଦ୍ୟ ପଦାର୍ଥରୁ ଆରମ୍ଭ କରି ବିଦ୍ୟୁତ୍ ପର୍ଯ୍ୟନ୍ତ ସବୁ କିଛି ଦର ଆକାଶ ଛୁଆଁ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: