ନୟାପଲ୍ଲୀ ସୁପାରି କିଲିର ମାମଲା, ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ ଗିରଫ

ନୟାପଲ୍ଲୀ ସୁପାରି କିଲିର ମାମଲା, ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ ଗିରଫ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ:ଦୀର୍ଘ ଦିନ ପରେ ଧରାପଡ଼ିଲା ନୟାପଲ୍ଲୀ ସୁପାରି କିଲିଂର ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ। ରାଜେନ୍ଦ୍ର ନିଜର ବ୍ୟବସାୟିକ ଶତ୍ରୃତା ପାଇଁ ସୁପାରି ଦେଇଥିବା ସୂଚନା ମିଳିଛି । ତେବେ ଏହି ଘଟଣାରେ ରାଜେନ୍ଦ୍ରଙ୍କ ଠାରୁ ଏଟିଏମ୍ କାର୍ଡ଼ , ନକଲି ପ୍ରେସ୍ କାର୍ଡ଼ ନଗଦ ୫ ଲକ୍ଷ ଟଙ୍କା ମଧ୍ୟ ଜବତ କରିଛି ନୟାପଲ୍ଲୀ ପୋଲିସ । ସୂଚନା ଯୋଗ୍ୟ ଯେ, ଗତ ନଭେମ୍ବର ୨୬ ତାରିଖ ରାତିରେ ନୟାପଲ୍ଲୀ ଆଇଆରସି ଭିଲେଜ୍ ସପ୍ନେଶ୍ୱର ମନ୍ଦିର ନିକଟରେ ଦୁଇ ବନ୍ଧୁକ ଧାରୀ ବୁଲୁଥିବା ପୋଲିସ୍ କୁ ଖବର ମିଳିଥିଲା । ଏହାପରେ ପୋଲିସ ଘଟଣସ୍ଥଳରେ ପହଞ୍ଚି ଜଣେ ଅଭିଯୁକ୍ତ ସମ୍ପଦକୁ ଗିରଫ କରିଥିବା ବେଳେ ଅଭିଯୁକ୍ତ ରାଜେନ୍ଦ୍ର ଫେରାର୍ ହୋଇ ଯାଇଥିଲା । ସେବେଠାରୁ ରାଜେନ୍ଦ୍ରକୁ ଧରିବାକୁ ପୋଲିସ ତନାଘନା ଜାରି ରଖିଥିବା ବେଳେ ଆଜି ରାଜେନ୍ଦ୍ର ଧରାପଡ଼ିଛି । ରାଜେନ୍ଦ୍ର ପାଖରୁ କାର୍‌, ଲାପ୍‌ଟପ ଓ ୫.୨୨ ଲକ୍ଷ ଟଙ୍କା ଜବତ, ୫୦ଟି ଡେବିଟ ଓ କ୍ରେଡିଟ କାର୍ଡ, ୨୦ ଟି ମୋବାଇଲ ଫୋନ ଜବତ । ୨୦୨୦ ମସିହାରେ ରାଜେନ୍ଦ୍ରକୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ, GMR ସଂସ୍ଥା ନାଁରେ ଚାକିରି ଜାଲିଆତି ଅଭିଯୋଗରେ ଗିରଫ ହୋଇଥିଲା ରାଜେନ୍ଦ୍ର। ରାଜେନ୍ଦ୍ରର ଏକାଧିକ ଫେସ୍‌ବୁକ ଆକାଉଣ୍ଟ ଓ ୟୁଟ୍ୟୁବ ଚ୍ୟାନେଲ ରହିଥିବାର ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏବେ ତାକୁ ରିମାଣ୍ଡରେ ଆଣି ଅଧିକପଚରଉଚରା କରିବ ନୟାପଲ୍ଲୀ ପୋଲିସ । ଅନ୍ୟ ଜଣେ ଅଭିଯୁକ୍ତ ସନ୍ତୋଷ ପଣ୍ଡା ଏବେ ବି ଫେରାର ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: