ଶୀତରେ ଥରୁଛି ଅଧା ଓଡ଼ିଶା

ଶୀତରେ ଥରୁଛି ଅଧା ଓଡ଼ିଶା

ପ୍ରିଜମ ନ୍ୟୁଜ ବ୍ୟୁରୋ: ରାଜ୍ୟରେ ଲଗାତାର ପାରଦ ଖସିବା ସହ ଶୀତ ବଢ଼ିବାରେ ଲାଗିଛି। ଆହୁରି ମଧ୍ୟ ଶୀତ ବଢିବ ବୋଲି କୁହାଯାଇଛି। ରାତି ତାପମାତ୍ରା ୭ ଡିଗ୍ରୀ ସହ ଫୁଲବାଣୀ ରାଜ୍ୟର ସବୁଠୁ ଥଣ୍ତା ସହର ପାଲଟି ଥିବା ବେଳେ ୧୨ ଡିଗ୍ରୀ ତଳେ ୧୨ଟି ସହରର ରାତ୍ରି ତାପମାତ୍ରା ରହିଛି । ଭୁବନେଶ୍ବର ଓ କଟକର ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରେକର୍ଡ କରାଯାଇଛି । ପୁରୀରେ ୧୫.୮, ଅନୁଗୋଳରେ ୧୧, ଝାରସୁଗୁଡାରେ ୧୨.୨, କେନ୍ଦୁଝରରେ ୧୧, ସମ୍ବଲପୁରରେ ୧୩.୫, ସୁନ୍ଦରଗଡରେ ୯.୫, ବଲାଙ୍ଗୀରରେ ୧୧ ଓ କୋରାପୁଟରେ ୭.୫ ତାପମାତ୍ରା ରେକର୍ଡ କରାଯାଇଛି । ମାଲକାନଗିରିରେ ୧୧.୫, ସୋନପୁରରେ ୧୦.୫ ଓ ନୟାଗଡରେ ୧୨ ଡିଗ୍ରୀ ତାପମାତ୍ରା ରହିଛି । ଆଗାମୀ ୪ ରୁ ୫ ଦିନ ମଧ୍ୟରେ ରାତିର ତାପମାତ୍ରାରେ ଆହୁରି କମିପାରେ । ଯାହାଦ୍ଵାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିବ ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: