ଓ-ହବ୍ ଷ୍ଟାର୍ଟଅପ୍ ଇନ୍‌କ୍ୟୁବେସନ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓ-ହବ୍ ଷ୍ଟାର୍ଟଅପ୍ ଇନ୍‌କ୍ୟୁବେସନ୍ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଷ୍ଟାର୍ଟଅପ୍ କ୍ଷେତ୍ରରେ ଆଗଉଛି ଓଡ଼ିଶା । ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍କ୍ୟୁବେସନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚନ୍ଦ୍ରଶେଖରପୁରରେ ଓ-ହବ୍ ଷ୍ଟାର୍ଟଅପ୍ ସେଣ୍ଟରକୁ ଆଜି ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୁବ ଉଦ୍ୟୋଗୀଙ୍କ ସହ ଆଲୋଚନା କରିଛନ୍ତି । ରାଜ୍ୟରେ ଅଣୁ, କ୍ଷୁଦ୍ର, ମଧ୍ୟମ ଉଦ୍ୟୋଗ ବିକାଶରେ ଓ-ହବ୍ ବହୁତ ଉପାଦେୟ ହୋଇପାରିବ ବୋଲି ସେ କହିଛନ୍ତି ।ରାଜ୍ୟ ସରକାର ଘରୋଇ ପୁଞ୍ଜିନିବେଶକାରୀକୁ ମଧ୍ୟ ପ୍ରୋତ୍ସାହନ ଦେଉଛନ୍ତି । ଷ୍ଟାର୍ଟଅପ୍ ପାଇଁ ରାଜ୍ୟ ସରକାର ଏକ ନୂଆ ଡ୍ରାଫ୍ଟ ପଲିସି ଆଣିବେ । ଏଥିରେ ସ୍କୁଲ ପାଠ୍ୟକ୍ରମରେ ଏଣ୍ଟରପ୍ରେନରସିପ୍‌କୁ ନେଇ ସ୍ୱତନ୍ତ୍ର ପାଠ୍ୟକ୍ରମ ସ୍ଥାନ ପାଇବ । ଯୁବଗୋଷ୍ଠୀଙ୍କୁ ଏଣ୍ଟରପ୍ରେନରସିପ୍‌ କରିବା ପାଇଁ ଛାତ୍ର ଜୀବନରୁ ମଧ୍ୟ ଏହା ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଓ-ହବ୍ ଷ୍ଟାର୍ଟଅପ୍ ଓଡ଼ିଶା ଇନ୍‌କ୍ୟୁବେସନ୍ ସେଣ୍ଟରର ଶୁଭାରମ୍ଭ ଅବସରରେ ସେ ଆହୁରି କହିଛନ୍ତି ଯେ, ୨୦୨୫ ସୁଦ୍ଧା ୫ହଜାର ଷ୍ଟାର୍ଟ-ଅପ୍ ଉଦ୍ୟୋଗୀ ସୃଷ୍ଟି ନେଇ ଯେଉଁ ଲକ୍ଷ୍ୟ ରହିଛି ତାହା ପୂରଣ କରିବା ଦିଗରେ ଓ-ହବ୍ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଏହି ଅବସରରେ କହିଛନ୍ତି ।୨୦୧୬ ଷ୍ଟାର୍ଟ ଅପ୍‌ ପଲିସୀ ମାଧ୍ୟମରେ ବର୍ତ୍ତମାନ ସୁଦ୍ଧା ୧୨ଶହରୁ ଅଧିକ ଷ୍ଟାର୍ଟ ଅପ୍‌ ସୃଷ୍ଟି କରିବା ସହ ୧୦ହଜାରରୁ ଅଧିକ ଲୋକଙ୍କୁ ରୋଜଗାର କ୍ଷମ କରାଯାଇପାରିଛି। ୨୦୨୫ ସୁଦ୍ଧା ୫ହଜାର ଷ୍ଟାର୍ଟ ଅପ୍‌ ସୃଷ୍ଟି ହେବ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ଆଶା ରଖିଛନ୍ତି। ଯୁବପୀଢିଙ୍କୁ ଷ୍ଟାର୍ଟ ଅପ୍‌ ପ୍ରତି ଆକୃଷ୍ଟ କରାଇବାକୁ ସ୍କୁଲ ପାଠ୍ୟକ୍ରମରେ ଏଣ୍ଟରପ୍ରିନିୟ୍ୟୁରସିପକୁ ସାମିଲ କରାଯିବ। ଏନେଇ ୨୦୨୧ ନୂଆ ଚିଠା ନୀତିରେ ପ୍ରସ୍ତାବ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: