ଫିଲିପାଇନ୍ସରେ ତାଣ୍ଡବ ରଚିଲା ‘ରାୟ’, ୨୩ ମୃତ

ଫିଲିପାଇନ୍ସରେ ତାଣ୍ଡବ ରଚିଲା ‘ରାୟ’, ୨୩ ମୃତ

ପ୍ରିଜମ ନ୍ୟୁଜ ବ୍ୟୁରୋ: ଫିଲିପାଇନ୍ସରେ ତାଣ୍ଡନ ରଚିଲା ତୋଫାନ ‘ରାୟ’ । ତୋଫାନ ପ୍ରଭାବରେ ଘଣ୍ଟାପ୍ରତି ୧୯୫ କିଲୋମିଟର ବେଗରେ ପବନ ବହିବାରୁ ବହୁ ଘରଦ୍ୱାର ଭାଙ୍ଗିବା ସହ ୨୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାସହ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ତେବେ ତୋଫାନ ସୂଚନା ପାଇ ପୂର୍ବରୁ ୩ ଲକ୍ଷ ଲୋକଙ୍କୁ ସରକାରଙ୍କ ପକ୍ଷରୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା । ହେଲେ କିଛିି ଲୋକ ରହିଯାଇଥିଲେ । ତୋଫାନ ରାୟ ଫଳରେ ଘଣ୍ଟ‌ା ପ୍ରତି ୧୯୫ରୁ ୨୭୦ କିଲୋମିଟର ବେଗରେ ପବନ ବହିଥିଲା । ରାଷ୍ଟ୍ରୀୟ ପୁଲିସ ପକ୍ଷରୁ କୁହାଯାଇଛି ଯେ, ଏହି ତୋଫାନରେ ଅତିକମରେ ୨୩ ଜଣ ଲୋକଙ୍କର ଜୀବନ ଯାଇଛି । ହେଲେ ଏହାର ବିସ୍ତୃତ ସୂଚନା ମିଳିପାରି ନାହିଁ । ସର୍ବାଧିକ ମୃତକ ଗ୍ରାମୀଣ ଅଞ୍ଚଳର ବୋଲି କୁହାଯାଇଛି । ସେମାନଙ୍କର ମୃତ୍ୟୁ ମୁଖ୍ୟତଃ ଗଛ ପଡିବାରୁ ହୋଇଛି । ଫିଲିପାଇନ୍ସରେ ରାୟ ତୋଫାନ କାରଣରୁ ଅନେକ ଅଞ୍ଚଳରେ ବିଦ୍ୟୁତ୍ ସରବରାହ ଓ ଇଣ୍ଟରନେଟ୍ ସେବା ବିଚ୍ଛିନ୍ନ ହୋଇଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: