କେଉଁ ୪ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ?

କେଉଁ ୪ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ ?

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଓଡ଼ିଶାରେ କରୋନା ମୁକାବିଲା ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟରେ ଅଧିକ ପ୍ରଭାବିତ ହୋଇଥିବା ଜିଲ୍ଲା କଟକ, ସୁନ୍ଦରଗଡ଼, ଖୋର୍ଦ୍ଧା ଓ ଯାଜପୁର ଉପରେ ଅଧିକ ଧ୍ୟାନ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାର ସବୁ ସୁବିଧା ମାଗଣାରେ ଯୋଗାଉଛନ୍ତି, ଟେଷ୍ଟିଂ ପାଇଁ ସ୍ବେଚ୍ଛାକୃତ ଭାବେ ଆସିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ରହିଛି। ଲକ୍ଷଣ ପ୍ରକାଶ ପାଇଲେ ସ୍ୱେଚ୍ଛାକୃତ ଭାବେ ଟେଷ୍ଟ କରାନ୍ତୁ ବୋଲି କୁହାଯାଇଛି। ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରସ୍ତରରେ ଟେଷ୍ଟିଂ ସୁବିଧା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ପଇସା ଅଭାବରୁ କେହିବି କୋଭିଡ୍ ରୋଗୀ ଚିକିତ୍ସାରୁ ବଞ୍ଚିତ ହେବେ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଆଜି ଭିଡିଓ କନଫରେନ୍ସିଂ ଜରିଆରେ କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି। ଆଗକୁ ୩ଟି ସରକାରୀ ମେଡିକାଲ କଲେଜରେ RT-PCR ସ୍ଥାପନ ହେବ। ଲ୍ୟାବ୍ ସଂଖ୍ୟା ବୃଦ୍ଧି କରିବାକୁ ସରକାରଙ୍କ ନିଷ୍ପତ୍ତି, ପ୍ଲାଜମା ଡୋନରଙ୍କୁ ଅଗଷ୍ଟ ୧୫ରେ ସମ୍ମାନିତ କରାଯିବ। ଏପର୍ଯ୍ୟନ୍ତ ୧୪୯ ଜଣ ଲୋକ ପ୍ଲାଜମା ଦାନ କରିଛନ୍ତି, ୧୩୨ ଜଣ ଆକ୍ରାନ୍ତ ପ୍ଲାଜମା ଥେରାପିରେ ଚିକିତ୍ସିତ ହେଉଛନ୍ତି, ପ୍ଲାଜମା ଥେରାପିରେ ୧୦ ଜଣ ଆକ୍ରାନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି, ୯୮ ଜଣଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଆସିଛି, କୋରୋନାରେ ଆରୋଗ୍ୟ ହାର ୬୮.୬% ଓ ମୃତ୍ୟୁ ହାର ୦.୬୦% ଽ ଲୋକେ କିପରି ସାମିଲ ହେବେ ସେ ଉପରେ ଗୁରୁତ୍ବ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଏବେ ୩୨ ହଜାର ଟେଷ୍ଟିଂ ହେଉଛି, ଆଗକୁ ଅଧିକ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: