୨୦ ପ୍ରସ୍ତାବରେ କ୍ୟାବିନେଟ୍ ମୋହର, ଜାଣନ୍ତୁ କାହାକୁ ମିଳିଲା ମଞ୍ଜୁରୀ…

୨୦ ପ୍ରସ୍ତାବରେ କ୍ୟାବିନେଟ୍ ମୋହର, ଜାଣନ୍ତୁ କାହାକୁ ମିଳିଲା ମଞ୍ଜୁରୀ…

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକରେ ୨୦ଟି ପ୍ରସ୍ତାବ ଉପରେ ମୋହର ଲାଗିଛି। ୨୦୦୭ ଓ ୨୦୧୫ ଶିଳ୍ପନୀତି ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଫ୍ୟାକ୍ଟ୍ରି ଆକ୍ଟ-୧୯୫୮ରେ ମଧ୍ୟ ସଂଶୋଧନକୁ ମଞ୍ଜୁରୀ ପ୍ରଦାନ କରିଛି କ୍ୟାବିନେଟ୍। ସେହିପରି କାରଖାନାରେ ଓଭର ଟାଇମ୍ ବୃଦ୍ଧି ଉପରେ କ୍ୟାବିନେଟ୍ ମୋହର ଲାଗିଛି। ୩ ମାସରେ OT ୭୫ ଘଣ୍ଟାରୁ ୧୧୫ ଘଣ୍ଟା ବୃଦ୍ଧି କରାଯିବ। ୨୪୦ ଦିନ ବଦଳରେ ୧୮୦ ଦିନ ପରେ ଛୁଟି ମିଳିପାରିବ। ସେହିପରି ମହିଳା କର୍ମଚାରୀଙ୍କୁ ରାତି ଡ୍ୟୁଟି ପାଇଁ ସର୍ତ୍ତମୂଳକ ଅନୁମତି ପ୍ରଦାନ କରାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି।

ସ୍ୱାସ୍ଥ୍ୟ ସେବାରେ ନିର୍ମଳ ସ୍କିମର ଅବଧି ବୃଦ୍ଧି ପାଇଁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ନିର୍ମଳ ପ୍ଲସ୍ ଓ ନିର୍ମଳ ପ୍ଲସ୍ ପ୍ଲସ୍ ଯୋଜନାକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଓଡ଼ିଶା ହେଲଥ ଆସ୍ୟୁରାନ୍ସ ସୋସାଇଟି ଗଠନ ପାଇଁ ନିଷ୍ପତ୍ତି ନିଆଯାଇଛି। ସେହିପରି ବିଜୁ କୃଷକ ବୀମାଧାରୀ ସହ ଅନ୍ୟ ହିତାଧିକାରୀଙ୍କୁ ଫାଇଦା ମିଳିବ। ୭୦ ଲକ୍ଷ ପରିବାରଙ୍କୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ସୁବିଧା ପ୍ରଦାନ କରାଯିବ। ସେହିପରି ମହିଳାମାନଙ୍କ ପାଇଁ ସ୍ୱାସ୍ଥ୍ୟ ସହାୟତା ରାଶି ୧୦ ଲକ୍ଷ ଟଙ୍କା ବୃଦ୍ଧି କରାଯାଇଛି। ୧୨୭ କୋଟି ଟଙ୍କାର ପାନୀୟ ଜଳ ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ୮ ବ୍ଲକର ୯୧୧ ଗାଁକୁ ପାନୀୟ ଜଳଯୋଗାଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ସାରସକଣା, ଗୋପବନ୍ଧୁନଗର, ବୈପାରୀଗୁଡ଼ା, କାଲିମେଳା, କାଶୀନଗର, ଭୋଗରାଇ, ଗୁମା ଓ ମାହାଙ୍ଗା ବ୍ଲକ୍ ସହରାଞ୍ଚଳ ବସ୍ତିର ଉନ୍ନୟନ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସେହିପରି ବିଜେପୁର ଗଙ୍ଗାଧର ମେହେର ଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ ମିଳିଛି। ଏଣିକି ଗ୍ରୁପ୍ ସି ପରୀକ୍ଷା ପାଇଁ କୌଣସି ସାକ୍ଷାତକାର ପରୀକ୍ଷା ହେବନି। କେବଳ ଲିଖିତ ପରୀକ୍ଷା ପରେ ଚାକିରି ଚୟନ କରାଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ସେହିପରି ପୁରୀ ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ପାଇଁ ଜମିହରାଙ୍କୁ ଜମି ମିଳିବ। ପୁରୀ ମଙ୍ଗଳାଘାଟରେ ୬.୬୬୧ ଏକର ଜମି ଦିଆଯିବ ଏବଂ ଜମି ରେଜିଷ୍ଟ୍ରେସନ ଫି’ ଓ ଷ୍ଟାମ୍ପ୍ ଡ୍ୟୁଟି ଛାଡ଼ କରାଯିବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: