ମାସ୍କ ନ ପିନ୍ଧିଲେ ୨ ହଜାର ଜରିମାନା

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭୟଙ୍କର ହେଉଛି କୋରୋନାର ଦ୍ୱିତୀୟ ଲହର। ଛତିଶଗଡ଼, ମଧ୍ୟପ୍ରଦେଶରେ ସ୍ଥିତି ଅଣାୟତ୍ତ ହେବା ପରେ ଏକାଧିକ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଏହାରି ଭିତରେ ଓଡ଼ିଶା ପାଇଁ ସରକାର ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିନା ଲକଡାଉନରେ କିଭଳି କୋରୋନା ସଂକ୍ରମଣକୁ ନୟନ୍ତ୍ରଣ କରିହେବ, ସେ ନେଇ ରାଜ୍ୟବାସୀଙ୍କୁ ଉଦବୋଧନ ଦେଇଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଉଦବୋଧନରେ-

  • ମାସ୍କ ନ ପିନ୍ଧିଲେ ୨ ହଜାର ଟଙ୍କା ଜରିମାନା
  • ଆଗାମୀ ୧୪ ଦିନ ମାସ୍କ ପିନ୍ଧିବା ଅଭିଯାନ ଆରମ୍ଭ କରିବା
  • ବେକରେ ନ ଝୁଲାଇ ନାକ ଓ ମୁହଁକୁ ମାସ୍କରେ କଭର କରିବା
  • ମାସ୍କ ହିଁ ଆମ ପାଇଁ ଏବେ ସବୁଠୁ ବଡ଼ ରକ୍ଷା କବଚ
  • ରୋଜଗାର ଓ ଜୀବିକା ବନ୍ଦ ନ କରିବାକୁ ଚାହୁଁଥିଲେ ମାସ୍କ ପିନ୍ଧନ୍ତୁ
  • ସରକାର ବାହାରେ ଜଗିଛନ୍ତି, ମା’ମାନେ ଘରେ ଜଗନ୍ତୁ
  • ପିଲାମାନଙ୍କୁ ମାସ୍କ ପିନ୍ଧାଇ ବାହାରକୁ ମା’ମାନେ ଛାଡ଼ନ୍ତୁ
Leave a Reply

Your email address will not be published. Required fields are marked *