ଟିକା ନେଲେ ବି କୋରୋନା ହେବ!

ଟିକା ନେଲେ ବି କୋରୋନା ହେବ!

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କୋଭିଡ୍ ଟିକା ନେଇଥିଲେ ବି ଆପଣ ସଂକ୍ରମିତ ହୋଇପାରନ୍ତି। ଟିକା ନେଲେ ବି କରୋନା ସମ୍ଭାବନା ରହିଛି । ଏଭଳି ସତର୍କ ସୂଚନା ଦେଇଛନ୍ତି ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ଡାକ୍ତର ବିଜୟ ପାଣିଗ୍ରାହୀ । ସେ କହିଛନ୍ତି, ଟିକା ରୋଗୀଙ୍କୁ ଗୁରୁତର ହେବାରୁ ରୋକିବ । ଏବେ ରାଜ୍ୟରେ ଟିକାର ଘୋର ଅଭାବ ଦେଖାଦାଇଛି । ଗତକାଲି ସୋନପୁର ଓ କୋରାପୁଟରେ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା ଟିକାକରଣ । ଏବେ ରାଜ୍ୟରେ ୩ଲକ୍ଷ ୨୦ହଜାର ଡୋଜ୍ କୋଭିସିଲ୍ଡ ଓ ୧ଲକ୍ଷ ଡୋଜ୍ କୋଭାକ୍ସିନ୍ ଟିକା ମହଜୁଦ ରହିଛି । ଆଜି ସଂରକ୍ଷିତ ଥିବା ସବୁ ଟିକା ବଣ୍ଟାଯିବ। ଖୁବଶୀଘ୍ର ଓଡ଼ିଶାରେ ଟିକା ପହଞ୍ଚିବ ବୋଲି ଆଶା ପ୍ରକାଶ କରିଛନ୍ତି ଡାକ୍ତର ବିଜୟ ପାଣିଗ୍ରାହୀ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: