ଦୁନିଆର ସବୁଠୁ ବଡ଼ ନଖ ରଖିଥିବା ମହିଳା କାଟିଲେ ନଖ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ମାସରେ ଦୁଇରୁ ତିନିଥର ନଖ ନକଟିଲେ ହାତ ଅସୁନ୍ଦର ଦେଖା ଯିବା ସହ କାମ କରିବାକୁ ସମସ୍ୟା ହୋଇଥାଏ। ଟିକିଏ ନଖ ବଢ଼ିଗଲେ ଖାଇବାଠୁ ଆରମ୍ଭ କରି କମ୍ପ୍ୟୁଟର ଆଦି ଚଲେଇବାରେ ଅସୁବିଧା ହୋଇଥାଏ। କିନ୍ତୁ ଯଦି ଆପଣଙ୍କୁ କେହି କହିବ ଯେ, ୨୮ ବର୍ଷ ପର୍ଯ୍ୟନ୍ତ ନଖ ନକାଟି ରଖିବାକୁ ହେବ। ତେବେ ଆପଣ ଭାବିବେ ହୁଏତ ସେ ଲୋକ ପାଗଳ ହୋଇଯାଇଛି। ହେଲେ ଏମିତି ଏକ ସତ ଘଟଣା ଦେଖିବାକୁ ମିଳିଛି । ଜଣେ ମହିଳା ୨୮ ବର୍ଷ ପରେ ନିଜ ନଖ କାଟିଛନ୍ତି । ଆମେରିକାର ଟେକ୍ସାସର ଅୟାନା ଭିଲିୟମ୍ ତାଙ୍କ ଲମ୍ବା ନଖ ପାଇଁ ଗିନିଜ ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲେ । କିନ୍ତୁ ଏବେ ସେ ତାଙ୍କୁ ଖ୍ୟାତି ଦେଇଥିବା ନଖକୁ କାଟି ଦେଇଛନ୍ତି। ଏହାର ଫଟୋ ଗିନିଜ ୱାର୍ଲ୍ଡ ରେକର୍ଡର ଇନଷ୍ଟାଗ୍ରାମରେ ସେୟାର କରାଯାଇଛି । ଶେଷ ଥର ପାଇଁ ଅୟାନାଙ୍କ ନଖ ୭୩୩.୫୫ ସେଣ୍ଟିମିଟର ମାପ କରାଯାଇଥିଲା। ଅୟାନା ଏକ ରୋଟେର ପାୱାର ସାହାଯ୍ୟରେ ଟେକ୍ସାସର ଡକ୍ଟର ଆଲିସନଙ୍କ ପାଖରେ ନିଜର ଲମ୍ବା ନଖ କାଟିଥିବାର ଜଣା ପଡିଛି ।

https://www.instagram.com/p/CNXy27eoylG/?utm_source=ig_web_copy_link


ଗିନିଜ ୱାର୍ଲ୍ଡ ରେକର୍ଡ ୟୁଟ୍ୟୁବରେ ଅୟାନାଙ୍କ କଟାଯାଉଥିବା ନଖର ଏକ ଭିଡିଓ ମଧ୍ୟ ସେୟାର କରିଛି। ଭିଡିଓରେ ମେସିନ ଦ୍ବାରା ଅୟାନାଙ୍କ ନଖ କଟାଯିବାର ପ୍ରକ୍ରିୟା ଦେଖି ଅନେକ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏଥିସହିତ ଅନେକ ଲୋକ ଦ୍ୱନ୍ଦ୍ୱରେ ପଡିଛନ୍ତି ଯେ ଅୟାନା ଏତେ ବଡ ନଖ ରଖି ଏତେ ବର୍ଷ ହେଲା କିପରି ସାଧାରଣ ଜୀବନର କାର୍ଯ୍ୟ କରୁଥିଲେ? ଖାଦ୍ୟପେୟଠୁ ଅନ୍ୟ ସମସ୍ତ କାମ କିପରି କରୁଥିଲେ ବୋଲି ଅନେକ ପ୍ରଶ୍ନ କରିଛନ୍ତି। ତେବେ ଅୟାନା କେଉଁ କାରଣରୁ ଏତେ ବର୍ଷ ପରେ ତାଙ୍କ ନଖ କାଟିଲେ ବୋଲି ତାହାର ସ୍ପଷ୍ଟ କାରଣ ଜଣା ପଡ଼ିନାହିଁ । ଅନ୍ୟ ପକ୍ଷରେ ଅୟାନାଙ୍କ ନଖ କାଟିବା ପରର ହାତ ଓ ଲମ୍ବା ନଖର ହାତ ଏବେ ବେଶ ଭାଇରାଲ୍ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *