ୟୁକ୍ରେନ କନ୍ୟା ଖୋଜୁଛନ୍ତି ଚାଇନିଜ୍ ବର, ଡେଟିଂ ସାଇଟରେ ବଢୁଛି ୟୁକ୍ରେନ ଯୁବତୀଙ୍କ ଡିମାଣ୍ଡ

ୟୁକ୍ରେନ କନ୍ୟା ଖୋଜୁଛନ୍ତି ଚାଇନିଜ୍ ବର, ଡେଟିଂ ସାଇଟରେ ବଢୁଛି ୟୁକ୍ରେନ ଯୁବତୀଙ୍କ ଡିମାଣ୍ଡ

ପ୍ରିଜମ ନ୍ୟୁଜ ବ୍ୟୁରୋ:ୟୁକ୍ରେନ ଉପରେ ୨୫ରୁ ଅଧିକ ଦିନ ହେବ ଋଷର ଘନ ଘନ ଆକ୍ରମଣ ପରେ ସବୁ କିଛି ଧୋସ୍ତ ହୋଇ ଯାଇଛି। ଅନେକ ଲୋକଙ୍କ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ପ୍ରାୟ ୩୩ ଲକ୍ଷରୁ ଅଧିକ ଲୋକ ଦେଶ ଛାଡିକି ଗଲେଣି। ତେବେ ଏହିଭଳି ସଙ୍ଗୀନ ସ୍ଥିତିରେ ୟୁକ୍ରେନ ଝିଅଙ୍କୁ ନେଇ ଆସିଛି ଏକ ବଡ ଖବର। ଏହି ଯୁଦ୍ଧ ସମୟରେ, ୟୁକ୍ରେନ ଝିଅମାନଙ୍କ ଚାହିଦା ବିବାହ ପାଇଁ ବହୁତ ବୃଦ୍ଧି ପାଇଛି। ପ୍ରକୃତ କଥାଟି ହେଉଛି, ଚାଇନାର ପୁଅମାନେ ବିବାହ ପାଇଁ ଏବେ ୟୁକ୍ରେନ କନ୍ୟା ଖୋଜିବା ଆରମ୍ଭ କରିଛନ୍ତି। ଡେଟିଂ ସର୍ଭିସ ମିଲିସ୍କାରୁ ଏହା ସାମ୍ନାକୁ ଆସିଛି।’ନ୍ୟୁୟର୍କ ପୋଷ୍ଟ’ ଅନୁଯାୟୀ, ଏହି ସମୟରେ ୟୁକ୍ରେନ ଝିଅମାନଙ୍କ ପ୍ରତି ଚାଇନାର ପୁଅମାନଙ୍କ ଆଗ୍ରହ ଦ୍ୱିଗୁଣିତ ହୋଇଛି। ବାସ୍ତବରେ, ୟୁକ୍ରେନର ଝିଅମାନଙ୍କୁ ଏବେ ନିଜ ଦେଶରେ ସେମାନଙ୍କ ଭବିଷ୍ୟତ ଅନ୍ଧାର ଦେଖା ଯାଉଛି। ସେ ବିବାହ ପାଇଁ ହେଉ କି କ୍ୟାରିୟର ପାଇଁ ହେଉ! ଏହା ବ୍ୟତୀତ ସେମାନେ ୟୁକ୍ରେନର ସ୍ଥିତି ପରେ ନିଜର ସୁରକ୍ଷା ନେଇ ଚିନ୍ତାରେ ରହିଛନ୍ତି। ଏହାରି ସୁଯୋଗ ନେଇ, ଚାଇନିଜ୍ ଯୁବକମାନେ ୟୁକ୍ରେନ ଝିଅମାନଙ୍କ ପାଇଁ ଏକ ଉତ୍ତମ ବିକଳ୍ପ ହେବାକୁ ଚେଷ୍ଟା କରୁଛନ୍ତି। ଚାଇନାର ପୁଅମାନେ ତାଙ୍କୁ ଡେଟିଂ ସାଇଟ୍ ଏବଂ ମ୍ୟାଟ୍ରିମୋନିଆଲ୍ ସାଇଟରେ ବିବାହ ପ୍ରସ୍ତାବ ପଠାଉଛନ୍ତି।କହି ରଖୁ ଯେ, ଚାଇନାରେ ‘ମେଲ୍ ଅର୍ଡର ବ୍ରାଇଡ’ ଏକ ଲୋକପ୍ରିୟ ଧାରଣା। ଚୀନର ‘ଜନସଂଖ୍ୟା ନିୟନ୍ତ୍ରଣ ନୀତି’ ଯୋଗୁଁ ଝିଅମାନଙ୍କ ଅନୁପାତ ପୁଅମାନଙ୍କ ତୁଳନାରେ ଯଥେଷ୍ଟ ହ୍ରାସ ପାଇଛି। ଗୋଟିଏ ସନ୍ତାନ ଜନ୍ମ ନୀତିରେ ଚାଇନାର ଲୋକମାନେ ପୁଅମାନଙ୍କୁ ଜନ୍ମ ଦେବାକୁ ଇଚ୍ଛା କରୁଛନ୍ତି। ଏହି କାରଣରୁ, ଗତ ୩୫ ବର୍ଷ ମଧ୍ୟରେ ଚୀନରେ ବାଳିକାମାନଙ୍କ ସଂଖ୍ୟା ଯଥେଷ୍ଟ ହ୍ରାସ ପାଇଛି। ଯେଉଁଥି ପାଇଁ କି ଚାଇନାରେ ବିଦେଶୀ କନ୍ୟାଙ୍କ ଚାହିଦା ବହୁତ ଅଧିକ ରହୁଛି। ଚାଇନାର ପୁରୁଷମାନେ ନିଜ ପାଇଁ ବିଦେଶୀ କନ୍ୟା ଖୋଜିବା ଆରମ୍ଭ କରିଛନ୍ତି। ଚାଇନାର ପୁରୁଷମାନଙ୍କର ପ୍ରାଥମିକତା ସର୍ବଦା ପୂର୍ବ ୟୁରୋପର ଝିଅ ଅଟନ୍ତି। କିନ୍ତୁ ଏବେ ସେମାନେ ୟୁକ୍ରେନ ଝିଅମାନଙ୍କ ଆଡ଼କୁ ଢ଼ଳୁଛନ୍ତି। ରିପୋର୍ଟ ଅନୁଯାୟୀ, ପୂର୍ବରୁ ଚାଇନାର ୫ ଜଣ ପୁରୁଷ ୟୁକ୍ରେନ ଝିଅମାନଙ୍କ ବିଷୟରେ ପଚାରିଥିଲେ। କିନ୍ତୁ ଏହି ସଂଖ୍ୟା ବର୍ତ୍ତମାନ ଦୁଇଗୁଣକୁ ବୃଦ୍ଧି ପାଇଛି। ମେଲିସ୍କା ଡେଟିଂ ସର୍ଭିସ ଅନୁଯାୟୀ, ‘ଚାଇନିଜ୍ ପୁଅମାନେ ଜାଣନ୍ତି ଯେ ଋଷ ଆକ୍ରମଣ ପରେ ୟୁକ୍ରେନ ଝିଅମାନେ ଦୁଃଖରେ ରହିଛନ୍ତି। ତେଣୁ ସେମାନେ ନିଜ ପାଇଁ ଏକ ସୁରକ୍ଷିତ ସ୍ଥାନ ଖୋଜୁଛନ୍ତି। ଏଭଳି ପରିସ୍ଥିତିରେ ସେ ଚାଇନାର ପୁଅମାନଙ୍କୁ ସ୍ୱାମୀ ଭାବରେ ଏକ ଉତ୍ତମ ବିକଳ୍ପ ଭାବରେ ବିବେଚନା କରିବେ ନିଶ୍ଚିତ। ତେବେ ବିଶ୍ଵର ସବୁଠୁ ସୁନ୍ଦର ଓ ଆକର୍ଷଣୀୟ ମହିଳାଙ୍କ ଭିତରେ ୟୁକ୍ରେନର ନାରୀ ମାନେ ରହିଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: