ଏହି ଭାରତୀୟ ଚ୍ୟାନେଲକୁ ବ୍ୟାନ କଲା ଚୀନ୍; ସୋସିଆଲ ମିଡିଆରେ ପ୍ରତିବାଦ

ଏହି ଭାରତୀୟ ଚ୍ୟାନେଲକୁ ବ୍ୟାନ କଲା ଚୀନ୍; ସୋସିଆଲ ମିଡିଆରେ ପ୍ରତିବାଦ

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: ଭାରତ ଓ ଚୀନ୍ ମଧ୍ୟରେ ରାଜନୈତିକ ଓ କୂଟନୈତିକ ସ୍ତରରେ ବହୁବାର ଆଲୋଚନା ସତ୍ତ୍ୱେ ସ୍ଥିତିରେ ସୁଧାର ଆସିଲା ପରି ମନେ ହେଉନାହିଁ । ଗତମାସ(ଜୁନ୍ 15)ରେ ଗଲୱାନ ଘାଟିରେ ଭାରତ-ଚୀନ୍ ସୈନିକଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଏବଂ ଏଥିରେ 20ଜଣ ଭାରତୀୟ ଯବାନଙ୍କ ମୃତ୍ୟୁ ପରେ ଚୀନ୍ କୁ ପାନେ ଦେବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ଭାରତ । ସବୁ କ୍ଷେତ୍ରରେ ଚୀନ୍ କୁ ବୟକଟ କରିବା ଆରମ୍ଭ କରିଛି ଭାରତ । ଭାରତର ଏହି ପଦକ୍ଷେପକୁ ଦେଶର କୋଣଅନୁକୋଣରୁ ସମର୍ଥନ ମଧ୍ୟ ମିଳୁଛି । ଲୋକେ ସ୍ୱତପ୍ରବୃତ୍ତ ଭାବେ ଚାଇନା ମାଲ୍ (ଟିଭି, ମୋବାଇଲ, ବୈଦ୍ୟୁତିକ ସାମଗ୍ର) ସବୁ ପୋଡ଼ୁଛନ୍ତି ।  ଦେଖିବାକୁ ଗଲେ ଚୀନ୍ ବିରୋଧରେ ଭାରତୀୟ ମାନେ ସତେ ଯେମିତି ଏକ ଗଣଆନ୍ଦୋଳନର ନିଜେ ନିଜେ ନେତୃତ୍ୱ ନେଇଛନ୍ତି । ଭାରତ ସରକାରଙ୍କ ପକ୍ଷରୁ 59ଟି ଆପ୍ କୁ ବ୍ୟାନ କରିବା ପରେ ଏବେ ରାଗ ଗର ଗର ଚୀନ୍ । ଭାରତଠାରୁ ପ୍ରତିଶୋଧ ନେବାକୁ ଚୀନ୍ ମଧ୍ୟ ଉପାୟ ପାଞ୍ଚୁଛି । ଏଭଳି ଏକ ଘଡ଼ି ସନ୍ଧି ମୁହୁର୍ତ୍ତରେ ଏକ ଭାରତୀୟ ନ୍ୟୁଜ୍ ଚ୍ୟାନେଲର ପ୍ରସାରଣକୁ ବନ୍ଦ କରିଛି ଚୀନ୍ ।

ନୂଆଦିଲ୍ଲୀରୁ ପ୍ରସାରଣ ହେଉଥିବା ୱିଅନ (WION) ଚ୍ୟାନେଲ ଓ ଏହାର ୱେବପୋର୍ଟାଲକୁ ମେନ୍ ଲାଣ୍ଡ ଚାଇନାରେ ବ୍ୟାନ କରିଛି ଜିନପିଙ୍ଗ ସରକାର । ଭାରତ ସରକାର ଚାଇନିଜ୍ ଆପ୍ ସବୁକୁ ବ୍ୟାନ କରିବାର ତିନିଦିନ ପରେ ୱିଅନ୍ କୁ ସେଠାରେ ବ୍ୟାନ କରାଯାଇଥିବା ଚ୍ୟାନେଲ ପକ୍ଷରୁ କୁହାଯାଇଛି । ଚ୍ୟାନେଲ ପକ୍ଷରୁ ଏହା ବି କୁହାଯାଇଛି ଯେ, ଚୀନ୍ ର ଭାରତ ବିରୋଧୀ ଷଡ଼ଯନ୍ତ୍ର ର ଖୁଲାସା କରିବାରୁ ଚୀନ୍ ଆକ୍ରୋଶମୂଳକ ଭାବେ ଏଭଳି କାଣ୍ଡ ଭିଆଇଛି । ବାରମ୍ବାର ଚୀନ୍ ର ଚାଲାକି କୁ ପର୍ଦ୍ଦାଫାସ କରୁଥିଲା ଏହି ଭାରତୀୟ ନ୍ୟୁଜ୍ ଚ୍ୟାନେଲ ୱିଅନ ।

ଚ୍ୟାନେଲ ପକ୍ଷରୁ ଏହା ବି କୁହାଯାଇଛି ଯେ, କରୋନା ମହାମାରୀରେ ଚୀନ୍ ର ସନ୍ଦେହ ଜନକ ଭୂମିକାକୁ ନେଇ ବାରମ୍ବାର ଖବର ପ୍ରସାରଣ ହେଉଥିଲା ଆଉ ଏହା ମଧ୍ୟ ବ୍ୟାନର ଏକ ପ୍ରମୁଖ କାରଣ ହୋଇପାରେ । କାହିଁକିନା ଚୀନ୍ ର ଉହାନ ପ୍ରାନ୍ତରୁ ବିଶ୍ୱକୁ ବ୍ୟାପିଥିବା ମହାମାରୀ କରୋନା ଏକ ଜୈବିକ ଅସ୍ତ୍ର ଯାହା ଚୀନ୍ ଦ୍ୱାରା ହିଁ ବିକଶିତ ହୋଇଥିବା ଆମେରିକା ସମେତ ଅନେକ ରାଷ୍ଟ୍ର ଦାବି କରୁଛନ୍ତି ଏବଂ ଚୀନ୍ ଏହାକୁ ବାରମ୍ବାର ଖଣ୍ଡନ କରିଆସୁଛି ।

ଗତ ମାର୍ଚ୍ଚ ମାସରେ ଚୀନ୍ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଜାଓ ଲିଜିଆନ୍ ସୋସିଆଲ୍ ନେଟୱାର୍କିଂ ସାଇଟ୍ ଟ୍ୱିଟରରେ WION କୁ ବ୍ୟାନ କରିଥିଲେ । ଭାରତରେ ଚାଇନାର କୂଟନୀତିଜ୍ଞମାନେ ମଧ୍ୟ WION ର ମହାମାରୀ ବିଷୟରେ କଭରେଜକୁ ସମାଲୋଚନା କରିଥିଲେ।

ଜୁନ୍ ମାସରେ, ଗ୍ଲୋବାଲ୍ ଟାଇମ୍ସରେ WION ଚ୍ୟାନେଲକୁ “ନିରପେକ୍ଷ ଭାବରେ ଚିନ୍ତା କରିବାକୁ” ଏକ ଆଲେଖ୍ୟରେ କୁହାଯାଇଥିଲା । ସୂଚନା ଥାଉ କି ଗ୍ଲୋବାଲ ଟାଇମ୍ସ ହେଉଛି ଚୀନ୍ ର ସରକାରୀ କାଗଜପତ୍ର । ଯାହା ବେଜିଂର ପ୍ରଚାର ଯନ୍ତ୍ର ପାଲଟିଛି ।

ଭାରତୀୟ ଗଣମାଧ୍ୟମର କଣ୍ଠରୋଧକୁ କିନ୍ତୁ ବିଭିନ୍ନ ସ୍ତରରେ ଚୀନ୍ କୁ ସମାଲୋଚନା କରାଯାଇଛି । ବିଶେଷ କରି ସୋସିଆଲ ମିଡିଆରେ ଚୀନ୍ ବିରୋଧରେ ଅନେକ ନିଜର ପ୍ରତିକ୍ରିୟା ରଖିଛି । ଚୀନ୍ ରେ ବ୍ୟାନ ହୋଇଥିବା WION ଚ୍ୟାନେଲ ମଧ୍ୟ ଚୀନ୍ ଦ୍ୱାରା ବ୍ୟାନ ହୋଇଥିବାରୁ ଏହା ଏକ ବିଜୟ ବୋଲି ମାନୁଛି । ଏନେଇ ଚ୍ୟାନଲେ ଟ୍ୱିଟର ପେଜ୍ ର ବାୟୋରେ ମଧ୍ୟ (Proud to be banned by China) ବୋଲି ଉଲ୍ଲେଖ କରିଛନ୍ତି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: