ଘରୋଇ ଉପଚାର: ନାକରେ ପକାନ୍ତୁ ଦେଶୀ ଘିଅ, ଜାଣନ୍ତୁ କ’ଣ ମିଳେ ଫାଇଦା

ଘରୋଇ ଉପଚାର: ନାକରେ ପକାନ୍ତୁ ଦେଶୀ ଘିଅ, ଜାଣନ୍ତୁ କ’ଣ ମିଳେ ଫାଇଦା

ପ୍ରିଜମ ନ୍ୟୁଜ ବ୍ୟୁରୋ: ଦେଶୀ ଘିଅ ସମସ୍ତଙ୍କ ରୋଷେଇ ଘରେ ନିଶ୍ଚିତ ରହିଥାଏ। ଏହାକୁ ଆପଣ ଦୈନିକ ଆହାର ଭାବେ ଖାଇଥାଉ। ଗୋଟେ ଚାମଚ ଦେଶୀ ଘିଅ ପ୍ରତିଦିନ ଖାଇବା ସ୍ୱାସ୍ଥ୍ୟ ପ୍ରତି ଲାଭଦାୟକ ହୋଇଥାଏ। ଦେଶୀ ଘିଅକୁ ଆମେ ଖାଦ୍ୟରେ ବ୍ୟବହାର କରିଥାଉ କିନ୍ତୁ ଏହାକୁ ଆମେ ତ୍ୱଚାରେ ବ୍ୟବହାର ସହିତ ନାକରେ ପକାଇ ଫାଇଦା ମଧ୍ୟ ଉଠାଇପାରିବା। ତେବେ ନାକରେ ଦେଶୀ ଘିଅ ପକାଇବା ଦ୍ୱାରା କ’ଣ ଫାଇଦା ମିଳିଥାଏ, ତାହା ଜାଣନ୍ତୁ…

ନାକରେ ଘିଅ ପକାଇବାର କାରଣ :

ନାକରେ ଘିଅ ପକାଇବା ଦ୍ୱାରା ମସ୍ତିଷ୍କ ପାଇଁ ଏହା ଟନିକ ଭଳି କାମ କରିଥାଏ। ମାନବ ମସ୍ତିଷ୍କରେ ୬୦ ପ୍ରତିଶତ ଫ୍ୟାଟ୍‌ ରହିଥାଏ। ଘିଅରେ ମଧ୍ୟଆବଶ୍ୟକ ଫ୍ୟାଟି ଏସିଡ ରହିଥାଏ। ଯାହା ପୋଷଣ ଦେଇଥାଏ। ମଣିଷର ଏକାଗ୍ରତା ସ୍ତର, ମସ୍ତିଷ୍କର କାର୍ଯ୍ୟକ୍ଷମତା ବଢାଇବାରେ ସହାୟତା କରିଥାଏ ଦେଶୀ ଘିଅ।

ଏହାଦ୍ୱାରା ମସ୍ତିଷ୍କକୁ କିଛି ଶିଖିବା ପାଇଁ କ୍ଷମତା ମିଳିଥାଏ। ଶୁଦ୍ଧ ଦେଶୀ ଘିଅରେ ଆଣ୍ଟିବ୍ୟାକ୍ଟେରିଆଲ ଏବଂ ଆଣ୍ଟି ଭାଇରଲରେ ପରିପୂର୍ଣ୍ଣ ହୋଇଥାଏ। ଘିଅରେ ଥିବା ଏହି ଗୁଣ ଆପଣଙ୍କ ବେକର ଉପର ଭାଗରୁ ଥିବା ସମସ୍ତ ଅନ୍ତରୀଣ ଅଙ୍ଗକୁ ଡିଟକ୍ସିଫାଏଡ କରିବାରେ ସାହାଯ୍ୟ କରିଥାଏ।

ନାକରେ କେତେ ଓ କେମିତି ପକାଇବେ ଘିଅ :

ଆପଣ ଛୋଟ ପିଲାଙ୍କ ନାକରେ ଗୋଟେ ଗୋଟେ ବୁନ୍ଦା ଦେଶୀ ଘିଅ ମଧ୍ୟ ପକାଇପାରିବେ। ଯଦି ନାକରେ ଘିଅ ପକାଇବାକୁ ଅସୁବିଧା ହେଉଛି, ତେବେ ଆଙ୍ଗୁଠିରେ ଘିଅ ଲଗାଇ ଆପଣ ନାକ ପୁଡାରେ ମଧ୍ୟ ଘିଅ ଲଗାଇପାରିବେ। ବୟସ୍କ ବ୍ୟକ୍ତି ମଧ୍ୟ ନାକରେ ଦୁଇ ବୁନ୍ଦା ଘିଅ ପକାଇ ପାରିବେ।

ଖାଲି ପେଟରେ ଥିବା ବେଳେ ହିଁ ଘିଅ ନାକରେ ପକାନ୍ତୁ। କିନ୍ତୁ ରାତିରେ ଶୋଇବା ବେଳେ ନାକରେ ଘିଅ ପକାଇପାରିବେ। ନାକରେ ଘିଅ ପକାଇବା ପୂର୍ବରୁ ହାଲକା ଉଷୁମ କରିନେଲେ ଭଲ। ପ୍ରତିଦିନ ଶୋଇବା ପୂର୍ବରୁ ନାକରେ ଘିଅ ପକାଇ ଶୋଇପାରିବେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: