ଉତ୍ତରାଖଣ୍ଡ ଉପନିର୍ବାଚନ:୫୫ ହଜାର ଭୋଟରେ ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମି

ଉତ୍ତରାଖଣ୍ଡ ଉପନିର୍ବାଚନ:୫୫ ହଜାର ଭୋଟରେ ବିଜୟୀ ହେଲେ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମି

ପ୍ରିଜମ ନ୍ୟୁଜ ବ୍ୟୁରୋ: ଉତ୍ତରାଖଣ୍ଡ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ପୁସ୍କର ସିଂ ଧାମିଙ୍କ ବିପୁଳ ବିଜୟ। ଚମ୍ପାଓ୍ବତ ଉପନିର୍ବାଚନରେ ୫୫ ହଜାର ଭୋଟରେ ବିଜୟୀ ହେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ। ବିଜେପି ପ୍ରାର୍ଥୀ ପୁସ୍କର ସିଂ ଧାମିଙ୍କୁ ୫୮ ହଜାର ୨୫୮ ଖଣ୍ଡ ଭୋଟ ମିଳିଥିବା ବେଳେ କଂଗ୍ରେସ ପ୍ରାର୍ଥୀଙ୍କୁ ୩୨୩୩ ଖଣ୍ଡ ଭୋଟ୍ ମିଳିଛି।ବିଜୟ ପରେ ଚମ୍ପାବତବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଧାମି। ୫୪ ହଜାରରୁ ଅଧିକ ଭୋଟ୍ ପାଇ ଉପ-ନିର୍ବାଚନରେ ​​ଜିତିଛନ୍ତି। ରେକର୍ଡ ଭୋଟରେ ମୁଖ୍ୟମନ୍ତ୍ରୀ ଧାମିଙ୍କ ବିଜୟ ସହିତ ବିଜେପି କର୍ମୀମାନେ ଉତ୍ସବ ଆରମ୍ଭ କରିଛନ୍ତି।ଉପ-ନିର୍ବାଚନର ଫଳାଫଳ ଆସିବା ମାତ୍ରେ ମାତ୍ରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ତନକପୁରରେ ପହଞ୍ଚିଥିଲେ। ତାଙ୍କ ସହ ବହୁ ସଂଖ୍ୟକ ସମର୍ଥକ ମଧ୍ୟ ଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: