ବ୍ରଜରାଜନଗର ଉପନିର୍ବାଚନ:୧୫ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ବ୍ରଜରାଜନଗର ଉପନିର୍ବାଚନ:୧୫ ରାଉଣ୍ଡ ସୁଦ୍ଧା ବିଜେଡି ଆଗୁଆ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗଣତି ଜାରି ରହିଛି। ୧୫ ରାଉଣ୍ଡ ସୁଦ୍ଧା ବିଜେଡି ଆଗରେ ରହିଛି। ବିଜେଡ଼ି ନିଜର ପ୍ରାଧ୍ୟାନ୍ୟ ବିସ୍ତାର କରି ବହୁ ଭୋଟ ବ୍ୟବଧାନରେ ଆଗରେ ରହିଛି। ବିଜେଡ଼ିର ଭୋଟ ବ୍ୟବଧାନକୁ ଦେଖିଲେ ବ୍ରଜରାଜନଗର ଉପନିର୍ବାଚନରେ ଦଳ ଶ୍ରେଷ୍ଠ ପ୍ରଦର୍ଶନ କରି ବିଜୟୀ ହେବାର ସମ୍ଭାବନା ଦେଖା ଦେଇଛି। ମିଳିଥିବା ସୂଚନା ଅନୁସାରେ ୧୫ ରାଉଣ୍ଡରେ ବିଜେଡ଼ିକୁ ୭୧୬୬୭ ଖଣ୍ଡ ଭୋଟ, ବିଜେପିକୁ ୧୫୫୧୭ ଖଣ୍ଡ ଭୋଟ ଓ କଂଗ୍ରେସକୁ ୨୦୦୮୫ ଖଣ୍ଡ ଭୋଟ ମିଳିଛି। ବିଜେଡି ୫୧୫୮୨ ଭୋଟରେ ଆଗୁଆ ରହିଥିବା ବେଳେ ଦ୍ୱିତୀୟ ସ୍ଥାନ ବଜାୟ ରଖିଛି କଂଗ୍ରେସ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: