ରେକର୍ଡ କଲା ‘ଦିଲ୍ ବେଚାରା’

ପ୍ରିଜମ୍ ନ୍ୟୁଜ୍ ବ୍ୟୁରୋ: ଚାରିଆଡ଼େ ଏବେ ସୁଶାନ୍ତ ସିଂହ ରାଜପୁତଙ୍କ ଶେଷ ସିନେମା ‘ଦିଲ୍ ବେଚାରା’କୁ ନେଇ ଚର୍ଚ୍ଚା । ହଟଷ୍ଟାର-ଡିସନୀରେ ଗତକାଲି ରିଲିଜ ହୋଇଥିବା ଏହି ସିନେମା ଆଇଏମଡିବି ରେଟିଂରେ ପୂରା ୧୦ରୁ ୧୦ ରେଟିଂ ପାଇଛି । କରୋନା ଭାଇରସ୍ ଯୋଗୁ ଫିଲ୍ମଟି ବଡ଼ ପରଦାରେ ରିଲିଜ ନ ହୋଇ ହଟଷ୍ଟାରରେ ରିଲିଜ ହୋଇଛି । ଏହି ଫିଲ୍ମରେ ସୁଶାନ୍ତଙ୍କ ସହ ସ୍କ୍ରିନ୍ ଶେୟାର କରିଛନ୍ତି ଅଭିନେତ୍ରୀ ସଞ୍ଜନା ସାଘିଂ। ଦୁହିଁଙ୍କ ଲଭ୍ କେମେଷ୍ଟ୍ରିକୁ ବି ଦର୍ଶକ ଖୁବ୍ ପସନ୍ଦ କରିଛନ୍ତି। ସେହିପରି ସୁଶାନ୍ତଙ୍କ ସ୍ମୃତିରେ ଜୁଲାଇ ୨୨ ତାରିଖରେ ଓସ୍କାର ବିଜେତା ଏଆର ରେହମାନଙ୍କ ସମେତ ବହୁ ବଡ଼ବଡ଼ କଳାକାର ତାଙ୍କୁ ମ୍ୟୁଜିକାଲ୍ ଟ୍ରିବ୍ୟୁଟ୍ ମଧ୍ୟ ଦେଇଛନ୍ତି । ତେବେ ‘ଦିଲ୍ ବେଚାରା’ ପ୍ରସିଦ୍ଧ ଲେଖକ ଜନ୍ ଗ୍ରୀନଙ୍କ ଲୋକପ୍ରିୟ ଉପନ୍ୟାସ ‘ଦି ଫଲ୍ଟ ଇନ୍ ଆୱାର୍ ଷ୍ଟାର୍ସ’ ଉପରେ ଆଧାରିତ। ଦୁଇ ଜଣ ସାଧାରଣ ଯୁବକ ଓ ଯୁବତୀଙ୍କ ଏକ ଅସାଧାରଣ କାହାଣୀକୁ ନେଇ ଫିଲ୍ମଟି ନିର୍ମାଣ କରାଯାଇଛି ।

Leave a Reply

Your email address will not be published. Required fields are marked *