୪୯ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ୟୁ. ୟୁ. ଲଳିତ!

୪୯ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ୟୁ. ୟୁ. ଲଳିତ!

ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ହୋଇ ପାରନ୍ତି ଜଷ୍ଟିସ୍ ୟୁ.ୟୁ ଲଳିତ । ଜଷ୍ଟିସ୍ ଲଳିତଙ୍କ ନାଁ ସୁପାରିସ୍ କରିଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ୍ ରମନ୍ନା। ଚଳିତ ମାସରେ ଅବସର ନେବେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଏନ୍.ଭି ରମନ୍ନା । ଏହାପରେ ଦାୟିତ୍ୱ ନେଇପାରନ୍ତି ୟୁ. ୟୁ. ଲଳିତ। ଭାରତ ୪୯ତମ ପ୍ରଧାନ ବିଚାରପତି ହେବେ ଜଷ୍ଟିସ୍ ୟୁ. ୟୁ. ଲଳିତ। ତାଙ୍କର କାର୍ଯ୍ୟକାଳ ମାତ୍ର ୩ ମାସ ରହିବ । ସେ ନଭେମ୍ବର ମାସରେ ଅବସର ନେ‌ବେ।ସୂଚନା ମୁତାବକ ଚଳିତ ମାସ ଜଷ୍ଟିସ ରମନ୍ନାଙ୍କ କାର୍ଯ୍ୟକାଳ ସରୁଥିବା ବେଳେ ସେ ଜଷ୍ଟିସ୍‌ ୟୁ-ୟୁ ଲଲିତ୍‌ଙ୍କ ନାଁ ସୁପାରିସ କରିଥିବା କୁହାଯାଇଛି । ଚଳିତ ମାସ ୨୬ ତାରିଖରେ ରମନ୍ନାଙ୍କ କାର୍ଯ୍ୟକାଳ ଶେଷ ହେବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: