କେରଳରୁ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

କେରଳରୁ ଆଉ ଜଣେ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ, ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୮କୁ ବୃଦ୍ଧି

ପ୍ରିଜମ୍ ନ୍ୟୁଜ ବ୍ୟୁରୋ: କେରଳରେ ଆଉ ଏକ ମଙ୍କିପକ୍ସ ସଂକ୍ରମିତ ଚିହ୍ନଟ। ଏହାକୁ ମିଶାଇ କେରଳରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଥିବା ବେଳେ ଦେଶରେ ୮ କୁ ବୃଦ୍ଧି ପାଇଛି। ତେବେ ଆଜି ଚିହ୍ନଟ ୩୦ବର୍ଷିୟ ସଂକ୍ରମିତଙ୍କୁ ମାଲାପୁରମରେ ଚିକିତ୍ସା କରାଯାଉଛି। ଜୁଲାଇ ୨୭ ତାରିଖରେ ସଂକ୍ରମିତ ଜଣକ ୟୁଏଇରୁ ଆସି କୋଝିକୋଡ ବିମାନ ବନ୍ଦରରରେ ପହଞ୍ଚିଥିଲେ ବୋଲି କେରଳ ସ୍ୱାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ ସୂଚନା ଦେଇଛନ୍ତି।ଏହା କେରଳରେ ପଞ୍ଚମ ମଙ୍କିପକ୍ସ ସଂକ୍ରମିତ ମାମଲା। ପ୍ରଥମ ସଂକ୍ରମିତ ଜଣକ ସୁସ୍ଥ ହୋଇଥିବା ବେଳେ ଅନ୍ୟ ଜଣେ ସଂକ୍ରମିତଙ୍କର ମଙ୍କିପକ୍ସରେ ମୃତ୍ୟୁ ଘଟିଛି। ଦେଶରେ ଏଯାଏ ମଙ୍କିପକ୍ସର ୮ଟି ମାମଲା ଚିହ୍ନଟ ହୋଇଛି। ସେଥିରୁ ଦୁଇଟି ଦିଲ୍ଲୀରେ ଓ ଗୋଟିଏ ରାଜସ୍ଥାନରେ ରହିଛନ୍ତି। ଦିନକୁ ଦିନ ଦେଶରେ ମଙ୍କିପକ୍ସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ଚିନ୍ତା ବଢ଼ାଉଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: