ଡାକବାଜି ଯନ୍ତ୍ର, ଗାଡ଼ି ପାଇଁ ପ୍ରାର୍ଥୀଙ୍କୁ ମିଳିବ ଅନୁମତିପତ୍ର

ଡାକବାଜି ଯନ୍ତ୍ର, ଗାଡ଼ି ପାଇଁ ପ୍ରାର୍ଥୀଙ୍କୁ ମିଳିବ ଅନୁମତିପତ୍ର

ପ୍ରିଜମ ନ୍ୟୁଜ ବ୍ୟୁରୋ: ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀମାନଙ୍କୁ ଗାଡ଼ି ଓ ଡାକବାଜି ଯନ୍ତ୍ର ଯୋଗେ ପ୍ରଚାର କରିବାକୁ ରାଜ୍ୟ ନିର୍ବାଚନ କମିଶନ ଅନୁମତି ଦେଇଛନ୍ତି । ଉପଜିଲାପାଳଙ୍କ ସମେତ ସ୍ଥାନୀୟ ତହସିଲଦାରମାନେ ଗାଡ଼ି ଓ ଡାକବାଜି ଯନ୍ତ୍ର ବ୍ୟବହାର ନିମନ୍ତେ ଅନୁମତି ପ୍ରଦାନ କରିପାରିବେ । ଯେଉଁ ବ୍ଲକ କମିଶନରେଟ୍‌ ପୋଲିସ ଅଧୀନରେ ରହିଛି, ସେଠାରେ ସମ୍ପୃକ୍ତ ପୋଲିସ କମିଶନର ଆବଶ୍ୟକ ଅନୁମତିପତ୍ର ଦେଇପାରିବେ । ସରପଞ୍ଚ ଓ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ସ୍ଥାନୀୟ ବିଡିଓ ଏବଂ ଜିଲା ପରିଷଦ ପ୍ରାର୍ଥୀମାନଙ୍କ କ୍ଷେତ୍ରରେ ଗାଡ଼ି ବ୍ୟବହାର ଓ ଡାକବାଜି ଯନ୍ତ୍ର ବ୍ୟବହାର ପାଇଁ ଉପଜିଲାପାଳମାନେ ଅନୁମତିପତ୍ର ପ୍ରଦାନ କରିପାରିବେ ବୋଲି ନିର୍ବାଚନ କମିଶନର ଆଦିତ୍ୟ ପ୍ରସାଦ ପାଢ଼ୀ ଏ ନେଇ ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: