୧୭୧ କୋଟି ଟପିଲା ଟିକାଦାନ

୧୭୧ କୋଟି ଟପିଲା ଟିକାଦାନ

ପ୍ରିଜମ ନ୍ୟୁଜ ବ୍ୟୁରୋ : ଭାରତରେ କୋଭିଡ-୧୯ ଟିକାକରଣ ୧୭୧.୨୮ କୋଟି ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୬.୪୪ ଲକ୍ଷରୁ ଅଧିକ ଟିକା ପ୍ରଦାନ କରାଯାଇଛି ଓ ସୁସ୍ଥ ହାର ବର୍ତ୍ତମାନ ୯୬.୯୫% ରେ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂତ୍ରରୁ ଜଣାଯାଇଛି ।
ଏହି ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୬୭,୦୮୪ ନୂତନ ମାମଲା ରିପୋର୍ଟ ହୋଇଛି । ଭାରତର ବର୍ତ୍ତମାନ ୭,୯୦,୭୮୯ ଟି ସକ୍ରିୟ ମାମଲା ରହିଛି । ସାପ୍ତାହିକ ପଜିଟିଭ ହାର ବର୍ତ୍ତମାନ ୬.୫୮% ରେ ଅଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୬.୪୪ ଲକ୍ଷରୁ ଅଧିକ (୪୬,୪୪,୩୮୨) ଟିକା ପ୍ରଦାନ ସହିତ, ଆଜି ସକାଳ ୭ଟା ସୁଦ୍ଧା ଭାରତର କୋଭିଡ-୧୯ ଟୀକାକରଣ ୧୭୧.୨୮ କୋଟି ଅତିକ୍ରମ କରିଛି ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: