ୟାମିଙ୍କ ‘ଏ ଥର୍ସଡେ’ର ଟ୍ରେଲର ରିଲିଜ

ୟାମିଙ୍କ ‘ଏ ଥର୍ସଡେ’ର ଟ୍ରେଲର ରିଲିଜ

ପ୍ରିଜମ ନ୍ୟୁଜ ବ୍ୟୁରୋ: ବିବାହ ପରେ ପୁଣି ଅଭିନୟକୁ ଫେରିଛନ୍ତି ଅଭିନେତ୍ରୀ ୟାମି ଗୌତମ। ତାଙ୍କ ଆଗାମୀ ମୁଭି ‘ଏ ଥର୍ସଡେ’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଫିଲ୍ମଟି ଫେବୃୟାରୀ ୧୭ରେ ମୁକ୍ତିଲାଭ କରିବା ନେଇ ୟାମି ଟ୍ବିଟରରେ ସୂଚନା ଦେଇଛନ୍ତି। ଫିଲ୍ମ ରିଲିଜ୍‌ ନେଇ ତାଙ୍କ ସ୍ବାମୀ ଆଦିତ୍ୟ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏଥିରେ ୟାମି କିଡ୍‌ନାପର ରୂପେ ଦେଖାଦେବେ। ସିନେମାରେ ୟାମି ନେନା ଜୈସୱାଲ ନାମକ ଜଣେ ସ୍କୁଲ ଶିକ୍ଷକ ହୋଇ ୧୬ ପିଲାଙ୍କୁ ବନ୍ଧକ ରଖିଥିବା ଜଣାପଡିଛି। ଫିଲ୍ମଟି ଅନେକ ସସ୍ପେନ୍ସ ଡ୍ରାମାରେ ଭରି ରହିଛି। ଏଥିରେ ନେହା ଧୁପିଆ, ଡିମ୍ପଲ୍‌ କାପାଡିଆ, ଅତୁଲ କୁଲକର୍ଣ୍ଣୀ, କରନଭୀର ଶର୍ମା ନଜରକୁ ଆସିବେ। ତେବେ ୟାମି ଜୁନ୍‌ ୨୦୨୧ରେ ଲେଖକ ଆଦିତ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: