ମାନସ ହତ୍ୟାକୁ ନେଇ ମୁହଁ ଖୋଲିଲେ ତାଙ୍କ ପତ୍ନୀ

ମାନସ ହତ୍ୟାକୁ ନେଇ ମୁହଁ ଖୋଲିଲେ ତାଙ୍କ ପତ୍ନୀ

ପ୍ରିଜମ ନ୍ୟୁଜ ବ୍ୟୁରୋ: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଧିରେ ଧିରେ ପେଡି ଖୋଲିବାରେ ଲାଗିଛି । ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଛି ବୋଲି ମାନସଙ୍କ ପତ୍ନୀ ଯମୁନା ସ୍ୱାଇଁ ଅଭିଯୋଗ କରିଛନ୍ତି। ଯମୁନା କହିଛନ୍ତି, ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରାଯାଉ। ସେମାନେ ଏହି ହତ୍ୟାକାଣ୍ଡ ବିଷୟରେ ସବୁ ଜାଣିଛନ୍ତି। ସେମାନଙ୍କର ଫଟୋ ଆସିଛି, ତେଣୁ ସେମାନଙ୍କର ହାତ ରହିଛି। ଏହି ହତ୍ୟାକାଣ୍ଡରେ ଆହୁରି ବଡ଼ବଡ଼ ନେତାଙ୍କ ହାତ ରହିଛି। ସେମାନଙ୍କୁ ମଧ୍ୟ ଗିରଫ କରାଯାଉ। ସେହି ଚିପ୍‌ରେ ମ୍ୟାଡାମଙ୍କର କିଛି କଳା ଗୁପ୍ତ ଜିନିଷ ଥିଲା। ସେହି ଚିପ୍‌କୁ ପାଇଲେ ସବୁ ରହସ୍ୟ ଜଣାପଡ଼ିବ। ମୋ ସ୍ୱାମୀଙ୍କୁ ନ୍ୟାୟ ଦେବା ପାଇଁ ଲଢ଼ିବି, ନଚେତ ନବୀନ ସରକାରଙ୍କ ଦୁଆରେ ଆତ୍ମହତ୍ୟା କରିବି ବୋଲି ମାନସଙ୍କ ପତ୍ନୀ କହିଛନ୍ତି। ସେହିପରି ମାନସଙ୍କ ମାଆ ଭାଇ ଓ ଅନ୍ୟ ସଦସ୍ୟ ବି ସମାନ ଅଭିଯୋଗ କରିଛନ୍ତି। ଶର୍ମିଷ୍ଠା ମୋ ପୁଅକୁ ମାରିଦେଲା ବୋଲି ମାନସଙ୍କ ମା’ କାନ୍ଦିକାନ୍ଦି କହିଛନ୍ତି। ସେ କହିଛନ୍ତି, ଚିପ୍‌ରେ କ’ଣ କଳା କାରନାମା ରହିଛି, ମୋ ପୁଅକୁ ବାଟରୁ ହଟାଇ ଦେଲେ। ସେ ଆହୁରି କହିଛନ୍ତି, ମୋ ପୁଅର ହତ୍ୟା ପଛରେ ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ହାତ ରହିଛି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: