ଖରାଦିନେ କାକୁଡ଼ି ଦୂର କରିବ…

ଖରାଦିନେ କାକୁଡ଼ି ଦୂର କରିବ…

ପ୍ରିଜମ ନ୍ୟୁଜ ବ୍ୟୁରୋ:ଖରାଦିନ ଆସିଲେ ସନ୍‌ଟ୍ୟାନ୍‌ ବଢ଼ାଇଦିଏ ଅନେକଙ୍କ ଟେନ୍‌ସନ । ଏହାକୁ ଦୂରେଇବା ଲାଗି ଅନେକେ ବିୟୁଟିପାର୍ଲର ଯିବାଠୁ ଆରମ୍ଭକରି ବିଭିନ୍ନ ପ୍ରଡକ୍ଟ ବ୍ୟବହାର କରିବାକୁ ପଛାନ୍ତି ନାହିଁ। ହେଲେ ଆପଣ ଚାହିଁଲେ କାକୁଡ଼ି ବ୍ୟବହାର କରି ସନ୍‌ଟ୍ୟାନ୍‌ ଦୂରେଇପାରିବେ…ଭଲ ଭାବେ ଗ୍ରାଇଣ୍ଡକରି ସେଥିରେ ଅଳ୍ପ ଓଟ୍‌ମିଲ୍‌ ଏବଂ ମହୁ ମିଶାନ୍ତୁ। ଏହି ମାସ୍କକୁ ମୁହଁରେ ଲଗାଇ ୧୫ ମିନିଟ୍‌ ରଖିବା ପରେ ଧୋଇଦିଅନ୍ତୁ। ଏହା ସନ୍‌ବର୍ନ ଏବଂ ଟ୍ୟାନ୍‌ ଦୂରକରିବା ଲାଗି ସବୁଠୁ ଭଲ ଉପାୟ।ଟୋନର ଭାବେ କାକୁଡ଼ିକୁ ବ୍ୟବହାର କଲେ ଟ୍ୟାନ୍‌ ସମସ୍ୟା ଦୂର ହୋଇଥାଏ। ଏଥିପାଇଁ କାକୁଡ଼ିର ଚୋପା ଛଡ଼ାଇ ଏହାକୁ ଗ୍ରାଇଣ୍ଡ କରିବା ପରେ ଭଲ ଭାବେ ଛାଣି ରସ ବାହାର କରିଦିଅନ୍ତୁ। ଏହାକୁ ସ୍ପ୍ରେ ବୋତଲରେ ରଖି ମୁହଁରେ ସ୍ପ୍ରେ କରନ୍ତୁ ନଚେତ୍‌ ତୁଳାରେ ନେଇ ମୁହଁରେ ଲଗାନ୍ତୁ। ଏହା ତ୍ୱଚାକୁ ହାଇଡ୍ରେଟ୍‌ ଏବଂ ଫ୍ରେଶ୍‌ ରଖିବା ସହ ଟ୍ୟାନ୍‌ ହେବାକୁ ଦେଇ ନ ଥାଏ।ପତଳା କାଟି ମୁହଁ ଏବଂ ଆଖି ଉପରେ ରଖିବା ଦ୍ୱାରା ମଧ୍ୟ କଳାଦାଗ ସହଜରେ ଦୂର ହୋଇଥାଏ।ଚୋପା ଏବଂ ମଞ୍ଜି ବାହାର କରିଦିଅନ୍ତୁ। ସେଥିରେ ଗୋଟିଏ ଅଣ୍ଡାର ଧଳା ଅଂଶ ଏବଂ କିଛି ପୋଦିନାପତ୍ରକୁ ଭଲ ଭାବେ ବାଟିଦିଅନ୍ତୁ। ଏହି ପ୍ୟାକ୍‌କୁ ମୁହଁରେ ଲଗାଇ ୧୫ମିନିଟ୍‌ ରଖିବା ପରେ ଧୋଇଦିଅନ୍ତୁ। ଏହା ଟ୍ୟାନ୍‌ ଦୂରକରିବା ସହ ତ୍ୱଚାର ଉଜ୍ଜ୍ୱଳତା ବଢ଼ାଇବ।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: