ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଓ ଆଜମ୍

ଲୋକସଭାରୁ ଇସ୍ତଫା ଦେଲେ ଅଖିଳେଶ ଓ ଆଜମ୍

ପ୍ରିଜମ ନ୍ୟୁଜ ବ୍ୟୁରୋ:ଲୋକସଭାରୁ ଇସ୍ତଫା ଦେଲେ ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଲେଶ ଯାଦବ। ଅଖିଳେଶ ରାମ ଗୋପାଳ ଯାଦବଙ୍କ ସହ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଭେଟି ତାଙ୍କ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି।ସୂଚନାଯୋଗ୍ୟ ଯେ ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ ​​ଅଖିଳେଶ ଯାଦବ କରହଲ ବିଧାନସଭା ଆସନରୁ ଜିତିଥିଲେ। ବର୍ତ୍ତମାନ ଲୋକସଭାରୁ ଇସ୍ତଫା ଦେବା ପରେ ଏହା ସ୍ପଷ୍ଟ ହୋଇଛି ଯେ ସେ କରହଲ ବିଧାନସଭାରୁ ବିଧାୟକ ରହିବେ।ସେପଟେ ଆଜମ ଖାନ୍‌ ମଧ୍ୟ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ସେ ରାମପୁର ବିଧାନସଭା ସିଟ୍‌ରୁ ବିଧାୟକ ଚୟନ ହୋଇଛନ୍ତି।

0 Comments

Leave Your Comment

Your email address will not be published. Required fields are marked *

%d bloggers like this: